STORYMIRROR

Suchismita Behera

Action Classics Inspirational

3  

Suchismita Behera

Action Classics Inspirational

ଧନ

ଧନ

1 min
140

ଧନ ଯେବେ ହାତ ମୁଠାରୁ ବାହାରିଯାଏ,

ମନ ସେତେବେଳେ ଆଉ ହୃଦୟର ଶୁଣେନା

ବଡ ଘର, ବଡ ଗାଡି ଆଢୁଆଳରେ,

ବୁଦ୍ଧି ବିବେକର ବାଟ ଆଉ ଦେଖେନା ।


ଚଉଡା ଛାତିରେ ଗର୍ବର ଗରିମା ରଖି

ସିଧା ମୁହଁରେ ଅହଂକାରର ଆଭୁଷଣ ଧରି

ମାଡି ଚାଲେ ଆଗକୁ ସେ ଅଭୟର ସାଥେ

ଟଙ୍କାର ପାହାଚେ ପାହାଚେ, ଏକ ନିର୍ଭୁଲ ପଥେ ।


ଦିନ ପରେ ଦିନ, ଖୋଲିଲା ବହୁ ଫାଟକ

ସମୟ ଚକ ଆଗେ ନାହିଁ କାହାର ବି' ଅଟକ

ଦିନେ ଯିଏ କରୁଥିଲା ଧନ ବଳରେ ଶାସନ 

ଆଜି ତାକୁ ଶୋଭା ଏଇ ଅଳିଆର ଆସନ ।


Rate this content
Log in

Similar oriya poem from Action