ଦହନ .........
ଦହନ .........
କେତେ ମର୍ମଦାହ
ହୃଦୟ ସହିଲେ
କବିତାର ପଂକ୍ତିଝରେ
ଅନୁଭବି ସିନା
ସହେ ସେ ବେଦନା
ଆଉ କିଏ ବୁଝିପାରେ ?
ମଧୁ କଣ୍ଠ ସ୍ୱର
କେବେ ଛଳନାର
ବିଷକୁମ୍ଭ ପୟୋମୁଖ
ମନକଥା ଯଦି
ବୁଝିବା ହୁଅନ୍ତା
ନ' ରହନ୍ତା ଏତେ ଦୁଃଖ
ଆଖିର ଭାଷାକୁ
ଆଖି ବୁଝିପାରେ
ଓଠର କମ୍ପନ ଓଠ
ମନ ହିଁ ବୁଝଇ
ମନର ବେଦନା
ଦେହ ଦହନର କଷ୍ଟ l
