STORYMIRROR

ଦୀପଙ୍କର ଦାସ

Comedy Drama Inspirational

4  

ଦୀପଙ୍କର ଦାସ

Comedy Drama Inspirational

ଧନ ଯିବ ଶାଶୁଘର

ଧନ ଯିବ ଶାଶୁଘର

2 mins
457

ଝିଅ ବାହାଘର ରିସେପ୍ସନ୍


ମୋତେ ମିଳିଥିଲା ଇନଭିଟେସନ୍


ଭାରତୀୟ ବାହାଘର ଥିଲା


ଖାଇବା ସବୁ ଚାଇନିଜ୍ ଥିଲା


ମୁଁ ଦେଖିଲି ଝିଅ କେମିତି ବିଦାୟ ବେଳେ କାନ୍ଦିଲା


ଆଉ ପୁଅ ମୁଚୁକୁନ୍ଦ ହସ ହସିଲା


ଘରକୁ ଆସିଲି ଗୋଟେ ପ୍ରଶ୍ନ ଆସିଲା


ଭାବ ପୁଅ ଯଦି ଝିଅ ଘରକୁ ଯାଇଥାନ୍ତା


ତାହାଲେ କେମିତି ହୁଅନ୍ତା


କାନ୍ଦି କାନ୍ଦି ଡ୍ରେସ ଓଦା ହେଇ ଯାଇଥାନ୍ତା


"ବାପା ମୁଁ ଯିବିନି ଯିବିନି" କହି ଭୂଇଁରେ ଗଡି ଯାଇଥାନ୍ତା


ବାପା କୁହନ୍ତେ କାନ୍ଦନି ମୋ ବାପା ଟା ପରା


ଏମିତି ସବୁ ପୁଅଙ୍କ ଜୀବନରେ ହୁଏ


ଦିନେ ନା ଦିନେ ବାପ ଘର ଛାଡ଼ି ଶାଶୁ ଘରକୁ ଯିବାକୁ ହୁଏ


ପୁଅର ଭାଗ୍ୟରେ ଏହି ସବୁ ଅଛି ଏମିତି ହୁଏ


ମୁଁ ବି ଦିନେ ତ ମାଆ ସହ ଆସିଥିଲି


ନିଜ ଘର ଛାଡ଼ି ପର ଘରକୁ ଆସିଲି


ଶାଶୁ ପାଖରୁ ଗଞ୍ଜଣା ମୁଁ ବି ଶୁଣିଥିଲି


ଏଇଟା ହିଁ ବିଧିର ବିଧାନ


ପୁଅ ହେଉଛି ପର ଧନ


ପୁଅର ମାଆ ଛାତି ପିଟି କାନ୍ଦୁଥିଲେ


ସମୁଦି ମୋ ପୁଅକୁ ତୁମ ଝିଅ ହାତରେ ଦେଲି କହିଗଲେ


ତାର ସବୁ ଭୁଲ କ୍ଷମା କରିବ


ଦୋଷ କଲେ ନ ଗାଳି ଦେଇ ବୁଝେଇ ଦେବ


ନିଜ ପୁଅ ଭଳି ଭାବିବ


ସମୟ ପାଇଲେ ଟିକେ ଘରକୁ ଆସିବାକୁ ଦେବ


ଭାତ ତରକାରୀ ରାନ୍ଧି ଦେବ


କେବେ ଲୁଣିଆ କେବେ ଟିକେ ଅଲୋଣା କରିଦେବ


ଛୁଆ ଭାବି ତାକୁ କ୍ଷମା କରିବ


ପୁଅର ସାଙ୍ଗ ମାନେ କାନ୍ଦୁଥିବେ ଆଉ


ଆମକୁ ବି ଦିନେ ଯିବାକୁ ହେବ ଭାବୁଥିବେ


ଜେଜେମାଆ ଦୌଡ଼ି ଦୌଡ଼ି ଆସିବେ


ପୁଅ ମୁହଁରେ ଚୁମ୍ବନ ଦେଇ ଦେଇ


ମୁଁହ ପୁରା ଛେପୁଆ କରିଦେବେ


ଶଙ୍ଖ ହୁଳହୁଳି ଆରମ୍ଭ ହେବ


ପୁଅର ଏଥର ବିଦାୟ ହେବ


ଜେଜେ ମା ପୁରୁଣା ଟେପ୍ ଭଳି ବାଜୁଥିବେ


ମୋ ଧନ ମୋତେ ଛାଡ଼ି ଯାଆ ନା ଲୋ କହି କାନ୍ଦୁଥିବେ


ଧନ ସେତେବେଳେ ଗାଡ଼ିରେ ବସିବ


ବୋହୂ ସହ କାର ରେ ବସି ଚମ୍ପଟ୍ ମାରିବ


ଶାଶୁ ଘରେ ଧନ ପାଦ ଦେବ


ଭଲ ଜ୍ବାଇଁ ହେଇ ରହିଥିବ


ମୁଁ ସ୍ନାତକ ପଢ଼ିଛି ଚାକିରି କରିବି


ଟଙ୍କା ରୋଜଗାର କରି ଶାଶୁ ମା ତମକୁ ଦେବି


ଝିଅ ଲୁଗା କାନିକୁ ମୋଡ଼ିବ


ଆମ ଘରେ ଜ୍ବାଇଁ ମାନେ ଚାକିରି କରନ୍ତିନି ବୋଲି କହିବ


କିଛି ଦିନ ପରେ ଅତ୍ୟାଚାର ହେବ


ତ ବାପାକୁ ଟଙ୍କା ଦେବାକୁ କହ କହୁଥିବେ


କଥା ନ ଶୁଣିଲେ ମାଡ଼ ହେବ


ଶାରୀରିକ ନିର୍ଯାତନା ଆଉ ମାରିଦେବାକୁ ଧମକ ଦେବେ


ଧନ କଣ ସେ ସବୁ ସହି ପାରିବ


ଶାଶୁ ମା ରାଗରେ ଲାଲ ହେବେ


ଆଉ ଧନର ମାଆ ଭଉଣୀ କରି ଗାଳି ଦେବେ


ଧନର ମୁଁହ ଆମ୍ବିଳା ହେବ


ମାଙ୍କଡ଼ ଭଳି ଲୁଚି ଲୁଚି କାନ୍ଦିବ।


କବିତା ହାସ୍ୟ ରସାତ୍ମକ କିନ୍ତୁ ଭାବନ୍ତୁ ପୁଅ ସହ ଯଦି ହୁଅନ୍ତା।

ତେବେ ଝିଅ ସହ କାହିଁକି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy