Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Inspirational

3  

Bidyadhar Mantry

Inspirational

ଧନ କାର୍ପଣ୍ୟ ସେବା

ଧନ କାର୍ପଣ୍ୟ ସେବା

1 min
121



ଧନ କାର୍ପଣ୍ୟ ସେବା ଫଳେ ସବୁ ସମ୍ଭବ

ନୀତିବାଣୀ କଥା କେବେ ଅନ୍ୟଥା ନୋହିବ

ବୈଭବ ଐଶ୍ୱର୍ଯ୍ୟ ସହ ଦୟା ସେବା ଭାବ

ଥିଲେ ହିଁ ଚ୍ଛାର ଜୀବନ ସାର୍ଥକ ହୋଇବ

ଧନ ଥାଇ ମନେ ଯଦି ରହେ ଗର୍ବ ଭାବ

ସୁଖ ଶାନ୍ତି ଜୀବନରେ ହୋଇବ ଅଭାବ

ଏ ସମାଜରେ ଅଭାବୀ ଅଛନ୍ତି ଦୁଃଖରେ

ମୁଠାଏ ଦାନା ଯୋଗାଡ ହେଉନି ଭଲରେ

କିଏ ବା ରୋଗରେ ପଡ଼ି ଯନ୍ତ୍ରଣା ଭୋଗୁଛି

ବଞ୍ଚି ରହିବାକୁ କେହି ସଂଘର୍ଷ କରୁଛି

ନୀତିବାଣୀ କଥା ସର୍ବେ କହନ୍ତି ଲେଖନ୍ତି 

ସାହାଯ୍ୟ କଥା ଶୁଣିଲେ ମୁହଁ ମୋଡୁଛନ୍ତି

କବିତାରେ ଭାଷଣରେ ପ୍ରାୟ ନୀତିବାଣୀ

ସମାଜରେ ମାନବିକତା ହଜି ଗଲାଣି

ଘର ପଡୋଶୀଙ୍କ ସହ ସମ୍ପର୍କ ଅଭାବ

ଧନ ଅଛି ବୋଲି ମନେ ଗର୍ବର ପ୍ରଭାବ

ଆସ ଏହି ନୀତିବାଣୀ ପ୍ରୟୋଗ କରିବା

ଧନ ଦେଇ ଦୁଃଖୀ ମଣିଷର ସଙ୍ଗ ଦେବା

ରୋଗୀ ଅସହାୟଙ୍କ ଯତ୍ନ ସହିତ ସେବା

ତା' ପରେ ଏ ନୀତିବାଣୀ କହିବା ଲେଖିବା ।



Rate this content
Log in

Similar oriya poem from Inspirational