Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debjani Sathua

Abstract Tragedy Others

3.2  

Debjani Sathua

Abstract Tragedy Others

ଧବଳ କପୋତ

ଧବଳ କପୋତ

1 min
360


ଇର୍ଷାରେ ଅବିରତ ଢାଳେ ଶ୍ୟାମ ଜିମ୍ବୁତ,

ମନ୍ଦିର କୋଠା ମୋ ବାସ,ପ୍ରାଚୁର୍ଯ୍ୟ ସଂକେତ। 


ବଞ୍ଚୁଥାଏ କାତରେ ଦିନ ସହି କଷଣ ବହୁତ, 

ମୁଁ  ତ  ସେହି  ମସୃଣ  ଶୁଭ୍ର କପୋତ ।


ସୌମ୍ଯତାର ଆକର୍ଷଣେ ବିଭୋର ଅନେକ, 

ନବକୃତି ଭାବନାରେ ହଜାଇ କବି ,ଲେଖକ ।


ସଜାଇଥାନ୍ତି ପଞ୍ଜୁରୀ ବି କିଛି ନିର୍ଦୟୀ  ଲୋକ ,

ମୁକ୍ତକରି ନୀଳନଭେ ମୁଁ କାଳେ ଶାନ୍ତିର ପ୍ରତୀକ ।


ବିଚ୍ଛୁରିତେ ଦାନା ଡାକନ୍ତି ସଧିରେ ପକ୍ଷୀ ପ୍ରେମୀକ, 

ଭୁଞ୍ଜାଇ ମୋତେ  ପ୍ରଭୂ କର୍ଣ୍ଣେ ପଡିବ କି ଡାକ   !


ରାଜରାଣୀ ମାନଙ୍କ ସେବେ ଥିଲି ବଡ ସଉକ ,

ଖାଦ୍ୟ ବାସ ଦେଇ ପୋଷୁଥିଲେ ଲକ୍ଷାଧିକ। 


ଯୁଦ୍ଧ ବିରାମେ ହେଲି ପରା ଶାନ୍ତି ବାର୍ତ୍ତା ବାହକ, 

ଗୁପ୍ତଚର ସାଥୀ ସହଯୋଗୀ ,ପ୍ରଜାଙ୍କ ରକ୍ଷକ ।


ସନ୍ଦେଶ ବହେ ରାଜକୁମାରୀ - କୁମର ପ୍ରେମୀକ,

କ୍ଷିପ୍ରତାରେ ଗହନେ ପଛେ ପକାଇ ଘୋଟକ । 


ଦେଇ ପ୍ରାଣବଳି, ତୋଷିଛି କେତେ ମାଂସ ଭକ୍ଷକ, 

ବନ୍ଦୀ ହୋଇ କେବେ ବ୍ୟାଧଜାଲେ, କୁଟୁମ୍ବ ପୋଷକ ।


ଜନ୍ମିଥିଲି କାଳେ ଛୁଇଁବାକୁ ଫେନୀଳ ଉଦକ,

ଖଗ ଛୁଏଁ ମାଟି, ଶିତଳି କୃତେ କ୍ଷୁଧା ପାବକ ।


ଭରିଛି ବିହି ଏ ଜୀବନେ ବହୁ ଯାତନା ଓ ଶୋକ,

ନିଃଶେଷ କ୍ଷଣକେ ପୁଣି ଦୁର୍ଦ୍ଦାନ୍ତ ହସ୍ତେ ଫୁଟେ ବନ୍ଧୁକ।



Rate this content
Log in

Similar oriya poem from Abstract