STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ଧୈର୍ଯ୍ୟ କେ ଧରିବ ହାଏ???

ଧୈର୍ଯ୍ୟ କେ ଧରିବ ହାଏ???

1 min
340

କେମିତି ବଞ୍ଚିବ ତୋ ଜୀବନ ସାଥୀ

  ନିର୍ବାକ ହୋଇଲେ ତୁହି

ସୁଖ ଦୁଃଖ କାହା ସାଥୀରେ ବାଣ୍ଟିବ

  ପୀରତି ଆଧାର ଦେଇ


କେମିତି ସହିବ ସେ ପୁଅର ଛାତି

   ଦେଖୀ ତୋ ନିର୍ଜୀବ ଦେହ

ଯା'ର ଅଂଶ ସିଏ ଯିଏ ତା ' ସାହସ 

  ଛାଡି ଯାଏ ଦେଇ ଲୁହ


କାହାଠୁ ପାଇବ ଜୀଇଁ ବା ପ୍ରେରଣା

   ଯୁଝିବାକୁ ଦୁନିଆରେ 

କାହା ପାଇଁ ଝିଅ ସାହାସ ପାଇବ

  ତିଷ୍ଠି ବାକୁ ପରଘରେ


କାହା ପାଖେ ଅଳି କରିବ ନାତିଟା 

   ଗପ ଶୁଣିବାକୁ ଆଉ

ନାତୁଣି ଆଖିରେ ଲୁହ ଟୋପେ ଦେଖି

   କିଏ ହେବ ରାଉରାଉ


କାହା ପାଖେ ବୋହୁ ଦାବି କରିବ ଯେ

   ନାନା ଚିଜ ଦେବ ପାଇଁ

ମୁଣ୍ଡ ପରୁ ଛାତ ଖସିଗଲା ବୋଲି

  ବାହୁନି କାନ୍ଦଇ ସେଇ


ଭାଇ ବୋଲି ସାହା କିଏ ହେବ ଆଉ

  ଠିଆ ହେବ ଭାଇ ପାଖେ

ଯେତେ ଶତୃ ହେଲେ ବିପଦ ପଡ଼ିଲେ

  ବାଟ ଓଗାଳିବ ଦୁଃଖେ


ଜନ୍ମ ଥିଲେ ମୃତ୍ୟୁ ଚିର ସତ୍ୟ ବୋଲି 

   ନ ଜାଣିଛି ଅବା କିଏ

ପାଖରୁ ଏଡିକି ଭୟଙ୍କର ଦିଶେ

  ଧୈର୍ଯ୍ୟ କେ ଧରିବ ହାଏ

ଧୈର୍ଯ୍ୟ କେ ଧରିବ ହାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract