ଧୈର୍ଯ୍ୟ କେ ଧରିବ ହାଏ???
ଧୈର୍ଯ୍ୟ କେ ଧରିବ ହାଏ???
କେମିତି ବଞ୍ଚିବ ତୋ ଜୀବନ ସାଥୀ
ନିର୍ବାକ ହୋଇଲେ ତୁହି
ସୁଖ ଦୁଃଖ କାହା ସାଥୀରେ ବାଣ୍ଟିବ
ପୀରତି ଆଧାର ଦେଇ
କେମିତି ସହିବ ସେ ପୁଅର ଛାତି
ଦେଖୀ ତୋ ନିର୍ଜୀବ ଦେହ
ଯା'ର ଅଂଶ ସିଏ ଯିଏ ତା ' ସାହସ
ଛାଡି ଯାଏ ଦେଇ ଲୁହ
କାହାଠୁ ପାଇବ ଜୀଇଁ ବା ପ୍ରେରଣା
ଯୁଝିବାକୁ ଦୁନିଆରେ
କାହା ପାଇଁ ଝିଅ ସାହାସ ପାଇବ
ତିଷ୍ଠି ବାକୁ ପରଘରେ
କାହା ପାଖେ ଅଳି କରିବ ନାତିଟା
ଗପ ଶୁଣିବାକୁ ଆଉ
ନାତୁଣି ଆଖିରେ ଲୁହ ଟୋପେ ଦେଖି
କିଏ ହେବ ରାଉରାଉ
କାହା ପାଖେ ବୋହୁ ଦାବି କରିବ ଯେ
ନାନା ଚିଜ ଦେବ ପାଇଁ
ମୁଣ୍ଡ ପରୁ ଛାତ ଖସିଗଲା ବୋଲି
ବାହୁନି କାନ୍ଦଇ ସେଇ
ଭାଇ ବୋଲି ସାହା କିଏ ହେବ ଆଉ
ଠିଆ ହେବ ଭାଇ ପାଖେ
ଯେତେ ଶତୃ ହେଲେ ବିପଦ ପଡ଼ିଲେ
ବାଟ ଓଗାଳିବ ଦୁଃଖେ
ଜନ୍ମ ଥିଲେ ମୃତ୍ୟୁ ଚିର ସତ୍ୟ ବୋଲି
ନ ଜାଣିଛି ଅବା କିଏ
ପାଖରୁ ଏଡିକି ଭୟଙ୍କର ଦିଶେ
ଧୈର୍ଯ୍ୟ କେ ଧରିବ ହାଏ
ଧୈର୍ଯ୍ୟ କେ ଧରିବ ହାଏ
