STORYMIRROR

Sunanda Mohanty

Abstract Others

4  

Sunanda Mohanty

Abstract Others

ଧାନ କ୍ଷେତ

ଧାନ କ୍ଷେତ

1 min
334


ନୀଳ ନୀଳ ରଙ୍ଗ ଢେଉ ପରି

ପବନରେ ଖେଳେ ଦୋଳି

ଚାଷୀ ପୁଅ ଦେଖି ହିସାବ କରଇ

ଏସନ କିଣିବାକୁ ପୂଜା ଥାଳି

ବରଷକ ମେହେନତ କରି ଧରି କଣ୍ଟି

ପାଣି ପଙ୍କରେ ହୋଇ ଘାଣ୍ଟି

ଭୟ ଲାଗେ ସଦା ପଡି଼ବକି କାଳେ ଝୁଣ୍ଟି

ପବନ ଢେଉରେ ନୀଳ କ୍ଷେତ ଯେବେ

ଉଡ଼ୁଥାଏ ଢେଉ କାଟି

ଚାଷୀ ଘରଣୀ ବେସର ରଖଇ ବାଟି

ଚାହିଁ ରହିଥାଏ କୃଷକ ଆଗମନ

ଆଖି କରି ମିଟି ମିଟି

ଖୋଲିକି ଆସିଲେ ଚାଷୀ ଫିଟାଇ ତାଟି

ପଚାରେ ଘରଣୀ ଏସନ କିଣିବି ନାକ ଫୁଲ ଗୋଟି

ଜୁହାର କରଇ ଚାଷୀ ମାଣବସା ପରେ

ଫସଲ କାଟିବି ଗୋଟି ଗୋଟି

ବରଷାକୁ ଦେଖି ଖଳା ବାଡ଼ିରେ

କଳେଇ ବାଡେଇ ଗୋଟି ଗୋଟି

ଚାଷୀର ଘରଣୀ ହାତ ବଟେଇ ରାତି ଦିଏ କାଟି

କ୍ଷେତ ହସିଲା କଳେଇ ଆସିଲା ଖଲାକୁ

ଏଥର ସଳଖି ବାସିବ ପିଠି

ଭାବୁ ଭାବୁ ପରା ଅଦିନ ବରଷା

ଆସୁଛି ଉତ୍ତରା ପବନ ସାଙ୍ଗକୁ ଝପଟି

ମାଆ ବୃନ୍ଦାବତୀ ମାଆ ଲଷ୍ମୀ ଜଗନ୍ନାଥ ପତ୍ନୀ

ରଖ ମାଆ କ୍ଷେତ ହିଁ ଭାତ ଆମ ସଭିଙ୍କର 

ପକାଇ ମଗୁଶୁର ଚିତା ଝୋଟି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract