STORYMIRROR

ବି. ନିରୁପମା

Romance

3  

ବି. ନିରୁପମା

Romance

ଧାଇଁ ଆସିଛ ହେ ସଖା

ଧାଇଁ ଆସିଛ ହେ ସଖା

1 min
382


ତୁମ ବଂଶୀ ସିନା ଗାଏ ରାଧା ନାମ

ଯମୁନା କୂଳରେ ନିତି,

ମୋ ବୀଣା ଝଙ୍କାରେ କୃଷ୍ଣ ନାମ ତୋଳି

ଗଲାଣି ତ ଦିନ ବିତି।


ଗଗନେ ପବନେ କୃଷ୍ଣ କୃଷ୍ଣ ନାମ

ହେଉଅଛି ପ୍ରକମ୍ପିତ,

ତରୁ ଲତା ସହ ଜୀଵ ଗଣ ଯେତେ

ଶ୍ରବଣରେ ବିମୋହିତ।


ମୋତେ ସବୁବେଳେ ଅଧୈର୍ଯ୍ୟ କରାଅ

ଆଜି ତୁମର କି ଦଶା,

ସବୁ କାର୍ଯ୍ୟ ଛାଡ଼ି ଏଠି ବସିଅଛ

ମୁଖୁଁ ସ୍ଫୁରୁନାହିଁ ଭାଷା।


କାହିଁ ଗଲା ତୁମ୍ଭ ଦମ୍ଭ ହେ ମୋହନ

ସେ ନଟ ନାଗର ଠାଣି,

ଗୋରୁପଲ ଘେନି ଯାଇଥିଲ ବନେ

କେହ୍ନେ କେ ଆଣିଲା ଟାଣି।


ମୋ ବୀଣା ଝଙ୍କାରେ ନିଜକୁ ପାସୋରି

ଧାଇଁ ଆସିଛ ହେ ସଖା,

ତୁମ ବଂଶୀ ଧ୍ୱନି ଶୁଣି କେହ୍ନେ କୁହ

ଘରେ ମୁଁ ରହନ୍ତି ଏକା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance