ଦଗ୍ଧିତ ଧରଣୀ
ଦଗ୍ଧିତ ଧରଣୀ
ଗ୍ରୀଷମ ତାପେ ତାପିତ ଧରା
ହେଲା ବୈଶାଖ ମାସ
ପ୍ରଚଣ୍ଡ ରୌଦ୍ର ତପନ କର
ହୋଇଲା ପରକାଶ ।
ଘର୍ମଶରୀର ଶୀତଳ ନୀର
ଶୀତଳ ବାତ ଲୋଡେ
ଦଗ୍ଧିତ ହୁଏ ଧରଣୀ ରାଣୀ
ଦିନର ତାପ ବଢେ ।
ପ୍ରଭାତୁ ତାପ ବଢେ ବିଶେଷ
ମଧ୍ୟାହ୍ନ ପର ଯାଏଁ
ଶରୀରଧାରୀ କି କଲବଲ
ଅସହ୍ଯ ରୌଦ୍ର ସହେ ।
ପଡିବ ଧାନ ଭୂମିରେ ଯଦି
ଫୁଟିବ ହୋଇ ଖଇ
ଖାଲି ପାଦରେ ଚାଲିବ କିଏ
ପାଦ ପଡଇ ଡେଇଁ ।
ଶୁଖିଲା ସରୋବର ସରିତ
ଖଗ ମୃଗାଦି ଜୀବ
ଜ
ଳ ବିହୁନେ କଷଣ ଲଭି
ତେଜିଲେ କେ ବା ଜୀବ ।
ଜଳ ଛତର ପଥପ୍ରାନ୍ତର
ରଖେ ଜୀବନ କାର
ଶୀତଳ ପେୟ ଲୋଡନ୍ତି ସର୍ବେ
ତଥା ଶୀତ ସମୀର ।
ଖରାବେଳରେ ଜୀବନଯାତ୍ରା
ହୋଇଲା ଦୁର୍ବିସହ
ଅଂଶୁଘାତରେ ଜୀବନ ଯିବା
ହେଲାଣି ଏବେ ଥୟ ।
ନିହାତି ଲୋଡା ନଥିଲେ କେବେ
ଏ ଟାଣ ଖରାଟାରେ
କେବେ ବି କେହି ନଯାଅ ଭାଇ
ଘରୁ ବାହାରି ଥରେ ।
ଦଗ୍ଧିତ ଧରା କାଳବୈଶାଖୀ
ହରଇ ଥରେ ଥରେ
ବରଷା ହେଲେ ଯିବ ଏ ଦଶା
କବି ଭାବେ ମନରେ ।