ଦେଶପ୍ରେମୀ ସୁବାଷ
ଦେଶପ୍ରେମୀ ସୁବାଷ
ଓଡ଼ିଆ ଜାତିର ଓଡ଼ିଆ ପୁଅ ସେ
ଯାଇଛି ରଖିରେ ଯଶ ।
ଓଡ଼ିଆ ମାଆର ଓଡ଼ିଆ ଘରର
ପୁଅଟି ଅଟେ ସୁବାଷ ।।୧
ଓଡ଼ିଆ ପାଇଁ କି ସେନେହ ଝରେ ଟି
ହୃଦୟରୁ ସଦା ଯାର ।
ଟେକ ରଖି ଅଛି ହଜି ସେ ଯାଇଛି
ଝୁରନ୍ତି ଓଡ଼ିଆ ନର ।।୨
ଭାରତ ପାଇଁକି ସହିଛିରେ ନିତି
ସହିଅଛି କେତେ ଦୁଃଖ ।
କଣ୍ଟାରେ ଚାଲିବି ଯାଇନି ଅଟକି
ପାଇଁ ରେ ଦେବାକୁ ସୁଖ ।।୩
ଡାକି ଅଛି ଡାକ ମୋତେ ଦିଅ ରକ୍ତ
ଦେବି ହାତେ ସ୍ୱାଧୀନତା ।
ମୋ ହାତରେ ହାତ ମିଶାଇଲେ ଭାଇ
ହେବାରେ ଜଗତ ଜୀତା ।।୪
ଇଂରେଜ କୁ ଦେବା ନିଶ୍ଚେ ଆମେ ତୋଡି
ଭାଙ୍ଗି ଦେବା ତାଙ୍କ ବାଡି ।
ଆମେରେ ଗଢ଼ିବା ଆମରି ଶାସନ
ହେବ ଆମ ଆଶା ବାଡି ।।୫
ସେ ଦିନ ସ୍ଵାଧୀନ ହେବା ନିଶ୍ଚେ ଜନ
ହେବା ସବୁ ଯେବେ ବୀର ।
ଭାରତ ମାଆର ରଖିବାକୁ ଟେକ
କରିବା ନିଜକୁ ତୀର ।।୬
