STORYMIRROR

Sabita Nayak

Inspirational

3  

Sabita Nayak

Inspirational

ଦେଶପ୍ରେମୀ ବାଜିରାଉତ

ଦେଶପ୍ରେମୀ ବାଜିରାଉତ

1 min
389

ନାଁ ତା ବାଜି 

ଦେଲା ସେ ବାଜି

ହାରିଲା ନାହିଁ ଜମା ,

ଛୋଟ ପିଲାଟି

ଛାତି ତା ଦମ୍ଭ 

ଗୁଳି ଆଗେ ହେଲା ଠିଆ।

ଧନ୍ୟ ତାହାର 

ଦେଶ ଭକତି 

ମୁଣ୍ଡ ନୋଇଲା ନାହିଁ,

ମୋ ଦେଶ ଆଗ

ମୋ ଜାତି ଆଗ

ମୁଁ ପଛେ ରହିବି ନାହିଁ। 

ଅକ୍ଟୋବର ପାଞ୍ଚତାରିଖ 

ଜନମ ବୀର ବାଜିରାଉତ,

ଢେଙ୍କାନାଳର 

ନୀଳକଣ୍ଠପୁର ଗ୍ରାମ।

ଋକ୍ଷ ଶାସନ 

ଫିରିଙ୍ଗି ଜାତି

ପ୍ରଜାମଣ୍ଡଳ ଉଠିଲା ତାତି ,

ବ୍ରାହ୍ମଣୀ ନଦୀ ଘାଟେ 

ଅଧରାତିରେ ଛାଡିଲେ ଡାକ

ନଦୀ ତୁ କର ପାରି।

ଅତି ନୃଶଂସ

 ଇଂରେଜ ଜାତି

କରିଲେ ଗୁଳିମାଡ,

ହସି ହସି ବାଜି 

ଟଳିପଡିଲା 

ଧନ୍ୟ ତା ଦେଶପ୍ରେମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational