Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Yudhisthira Lenka

Inspirational

4.4  

Yudhisthira Lenka

Inspirational

ଦେଶପ୍ରେମ

ଦେଶପ୍ରେମ

1 min
340



କେତେ ରକ୍ତଦାନେ ସ୍ୱାଧୀନ ହୋଇଛି

ମୋ ପ୍ରିୟ ଭାରତଭୂଇଁ ।

ଅସଂଖ୍ୟ ଜବାନ ଜୀବନ ଦାନରେ

ଜଳିଛି କେତେଯେ ଜୁଇ ।।


ବ୍ରିଟିଶ ଶାସକ କ୍ରୁର ଶାସନରୁ

ମୋ ଦେଶ ଭାରତବର୍ଷ ।

ମୁକ୍ତିର ଆନନ୍ଦେ ଦେଶର ଜନତା

ପ୍ରତି ପ୍ରାଣେ ଖେଳେ ହର୍ଷ ।।


ଜାକଜମକରେ ଅଗଷ୍ଟ ପନ୍ଦରେ

ଆମେ ପାଳୁ ସ୍ୱାଧୀନତା ।

ପରାଧୀନତାର କ୍ଳେଶରାଜି କିନ୍ତୁ

ଆଣଇ ମରମେ ବ୍ୟଥା ।।


ଜାତୀୟ କେତନ ତ୍ରିରଙ୍ଗା ଉଡଇ

ଦେଇ ଏକତାର ମନ୍ତ୍ର ।

ଐକ୍ୟ ଅଖଣ୍ଡତା ସାମ୍ୟ ବାର୍ତ୍ତା ଦିଏ

ଭାରତର ଗଣତନ୍ତ୍ର ।।


ସ୍ୱାଧୀନତା ମୂଲ୍ୟ ବୁଝିକି ପାରିବ

ସ୍ୱାର୍ଥେ ଯାର ମନ ଟାଣ ।

ତୋଷାମଦିଆର ପରମାର୍ଥ ଭାବେ

ଆସିବ କିପରି ଧ୍ୟାନ ।।


ସ୍ୱାଧୀନତା ମୂଲ୍ୟ ପ୍ରକୃତ ଅର୍ଥରେ

ସ୍ୱାଧୀନତା ହ୍ରାସକରି ।

ସ୍ୱାଧୀନତା ଦେବା ଅପରେ ଉଚିତ

ନିଜେ ପ୍ରକଟ ନକରି ।।


ସ୍ୱାଧୀନତା ଜାତି ଅମୂଲ୍ୟ ସମ୍ପଦ

ତାହାର ସୁରକ୍ଷା ପାଇଁ ।

ସ୍ୱାର୍ଥ ତ୍ୟାଗକରି ଦୃଢ ସଂକଳ୍ପଟେ

ନେବା ଚାଲ ଆମେ ଭାଇ ।।


ଶୋଷଣ ଧର୍ଷଣ ଦୁର୍ନୀତି ଅନୀତି

ଦେଶରେ ବୁହାଏ ଲୁହ ।

ଜନତା ସମ୍ମୁଖେ ମୁଖା ଖୋଲିଦେବା

ଦେଶଦ୍ରୋହୀଙ୍କର ମୁହଁ ।।


ଦେଶର ମଙ୍ଗଳ ପାଇଁ ଯାର ପ୍ରାଣ

କାନ୍ଦେ ସଦା ଅବିରତ ।

ଦେଶହିତେ ପ୍ରାଣ ବଳିଦାନ ଦେଇ

ହୁଏ ସିଏ ଦେଶଭକ୍ତ ।।


ମୋ ଦେହର ପ୍ରତି ରକତ ବୁନ୍ଦାରେ

ରହିଛି ମୋ ଦେଶ ସ୍ନେହ ।

ତାର ସେବା କରି ତା ପୁଣ୍ୟ ମାଟିରେ

ମିଶୁ ମୋର ଏହି ଦେହ ।।




Rate this content
Log in

Similar oriya poem from Inspirational