ଦେଶପ୍ରେମ
ଦେଶପ୍ରେମ
ପ୍ରେମ ସତ୍ୟ ଶିବ ସୁନ୍ଦର,
ଶ୍ଵାଶତ ଧାରା
ଜୀବନ ଅସ୍ତିତ୍ବ ସମର୍ପଣର
ପ୍ରତୀକ ପରା ।
ଏକ ଶୁଭ ଲଗ୍ନରେ ସୃଷ୍ଚିର
ବିଭୋରତା
ରମଣୀୟ ରୋମାଞ୍ଚିତ ମନ
ଆତ୍ମୀୟତା ।
ପ୍ରକୃତିର ଅନୁପମ, ଅବ୍ୟକ୍ତ
ରୋମନ୍ଥନ
ବାସ୍ନାୟିତ ମୁହୂର୍ତ୍ତର ଭିନ୍ନ ଭିନ୍ନ
ସମ୍ମୋହନ ।
ଅନୁରାଗ ଭରା ହୃଦୟର
ଭାବାବେଗ
ମାଧୁର୍ଯ୍ୟ ମହକ ଭରା ଲଳିତ
ପରାଗ ।
ମଣିଷ ଭୁଲିପାରିବନି କେବେ
ପ୍ରେମଭାବ
ଶ୍ରଦ୍ଧା, ସେହ୍ନର ସେ ମହନୀୟ
ରଙ୍ଗ ସ୍ୱଭାବ ।
ମାଆଟିଏ, ଛୁଆ ପାଇଁ କ୍ଷଣକେ
ଭୁଲଇ
ଯେତେ ସରହଦ ତୁମେ ରଖି
ପାର ଥୋଇ ।
ଚକ୍ଷୁରୁ ସ୍ୱତଃ ଝରି ପଡଇ
କରୁଣାର ବାରି
ପାଶ୍ଚାତ୍ୟରେ ମଧ୍ୟ ଭାରତୀୟ
ସଂସ୍କୃତି ପରି ।
ପ୍ରଣୟ ପ୍ରୀତିର ପ୍ରାବଲ୍ୟ ଉଠେ
ହୃଦୟରେ
ବିହ୍ୱଳତା ଭରିଦିଏ ପ୍ରେମିକ
ପ୍ରେମିକା ମନରେ ।
ପ୍ରକୃତିର ପ୍ରତିଟି ରେଣୁରେ ଅପୂର୍ବ
ଲାସ୍ୟ କଳା
ଭୂଗୋଳର ସ୍ଥିତିରେ ପାଇବା ଜ୍ୟୋତି
ବର୍ଣ୍ଣମାଳା ।
ମାଆ ମାଟି ପ୍ରତି ପ୍ରେମ ପ୍ରତ୍ୟେକ
ମଣିଷ ମନରେ
ଦେଶ ସୁରକ୍ଷା, ଜୀବନ ରକ୍ଷା ପରି
ଲାଗିଥାଏରେ ।।