STORYMIRROR

Srinibas Mahalik

Inspirational

3  

Srinibas Mahalik

Inspirational

ଦେଶଭକ୍ତ

ଦେଶଭକ୍ତ

1 min
14K



ଦେଶଭକ୍ତ ତାଙ୍କୁ କୁହାଯିବ ନାହିଁ

ଯିଏ କରେ କରପସନ

ଇଲେକସନ ବେଳେ ଟଙ୍କା ନେଇ ଯିଏ

କରିଥାଏ ମତଦାନ !!

ଆନ୍ଦୋଳନ ବେଳେ ଭଙ୍ଗାରୁଜା କରି

ଦେଖାଇଥାଏ ଯେ ଶକ୍ତି

ଦେଶ ସମ୍ପତ୍ତିକୁ ନଷ୍ଟ ସେ କରୁଛି

ଏହା କ'ଣ ଦେଶଭକ୍ତି !!

ଅଳିଆ ଢାଳିକି ଆମ ପରିବେଶ

କରିଥାଏ ଯିଏ ନଷ୍ଟ

ଦେଶ ପ୍ରତି ତାଙ୍କ କିଭଲ ପାଇବା

ଜଣାପଡିଯାଏ ସ୍ପଷ୍ଟ !!


କ୍ରିକେଟ ଖେଳରେ ଦେଶ ସପକ୍ଷରେ

ମାରିଦେଲେ ଖାଲି ତାଳି

ଦେଶଭକ୍ତ ତୁମେ ହୋଇନ ପାରିବ

କରୁଥିଲେ ଏହିଭଳି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational