STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଦେଶ ଯୁବକ

ଦେଶ ଯୁବକ

1 min
409

ଦେଶର ସମ୍ମାନ ଯୁବକ ସମାଜ

ଅଟନ୍ତି ଦେଶ ଗୌରବ

ସେ ଚାହିଁଲେ ଦେଶ ହୋଇବ ବିକାଶ

ନଥିବେ ଦେଶେ ଗରିବ


ଅଟଇ ସେ ଦେଶ ଭାଗ୍ୟ ଭବିଷ୍ୟତ

ତା ହାତେ ରହିଛି ଦେଶ

ଚାହିଁଲେ ସେ ସ୍ବର୍ଣ୍ଣ ହୋଇବ ଭାରତ

ନ ଚାହେଁ ଯଦି ବିନାଶ


ସେ ଚାହିଁଲେ ଦେଶୁ ଦୁର୍ନୀତି ହଟିବ

ଫୁଟିବ ଶୁ ନୀତି ଫୁଲ

ଫୁଲର ସେ ବାସେ ବାଶିବ ଯେ ଦେଶେ

ହୋଇବେ ସଭିଏଁ ଭଲ


ଟାଙ୍ଗରା କ୍ଷେତ ଯେ ସବୁଜିମା ହେବ

ଫଳିବ ଫସଲ ଭଲ

ଚାଷୀର ମୁହଁରେ ହସ ଯେ ଫେରିବ

ପାଇବ ଚାଷର ମୂଲ


ସେ ଚାହିଁଲେ ଦେଶ ହୋଇବ ସ୍ଵତନ୍ତ୍ର

ହେବ ବିଶ୍ୱେ ପରିଚିତ

ତା ହାତରେ ଲେଖା ହୋଇବ ଯେ ପୁଣି

ଇତିହାସ ଯେ ଭାରତ


ସଭିଙ୍କ ମୁହଁରେ ହସ ଯେ ଫୁଟିବ

ହସିବ ଆମ ଭାରତ

ଗାଆଁ ରୁ ସହର ଲହରି ହସର

ଖେଳିବ ସବୁଠି ସତ


ଉଠରେ ଯୁବକ ନ କରି ଯେ ମଠ

ଉଠରେ ଏବେ ନିଶ୍ଚିତ

ଦୁନିଆ ଆଗରେ ଟେକ ରଖି ଯିବା

ହସିବ ଆମ ଭାରତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract