ଦେଶ ମୋର ଭାସିଯିବ
ଦେଶ ମୋର ଭାସିଯିବ
ବେଳ ଅବେଳରେ ଆସୁଅଛି ଧାଇଁ
ମୋ ପୃଥିବୀ ପୃଷ୍ଠକୁ
ନାନା ବିକଟାଳ ଉଗ୍ର ରୂପ
କାହଁକି କେଜାଣି ଜଣାପଡ଼ୁନାହିଁ
କିଏ କରିଅଛି ଦୋଷ
ଆଜି ଭୋଗୁଅଛି ମୁଁ
ଭୋଗୁଅଛି ଏ
ସମ୍ପୂର୍ଣ୍ଣ ମାନବ ପୂର ।
ଅଦୃଶ୍ୟ ଯୁଦ୍ଧଟା ଲାଗିଲାଣି ଦେଖ
ମାନବ ବନାମ ହିଂସ୍ର ଅଣୁଜୀବ
ଜୀବନଟା ଆଜି ରହିବା ସହଜ ନୁହିଁଇ
ଭାଇ ସବୁକିଛି ମିଶି ଗୋଟାଏ ବନ୍ଦୋବସ୍ତ କର ।
କଥାରେ ଅଛି ବେଳ ଥାଉ ଥାଉ
ବାଳ ବାନ୍ଧିଦେବ
ନଥିବ ସମୟ ଭୟ ତେଣୁ
ଚାଲ ଆମେ ଆଜି ଏକାଠି ହୋଇବା
ଯୁଦ୍ଧ କ୍ଷେତ୍ରେ ପ୍ରତିପକ୍ଷ ଗୋଷ୍ଟିକୁ ନିଶ୍ଚେ ପରାସ୍ତ କରିବା ।
ସମୟ ଆସିଅଛି ଆଜି ସଭିଏଁ ସଜାଗ ହେବା
ନିଜକୁ ନିଜେ ସୁରକ୍ଷା ଦେବା
ବିଜ୍ଞାନ ଆଜି କିଞ୍ଚିତ ହାରିଲାଣି ଦେଖ
ପ୍ରତିପକ୍ଷ ମହାମାରୀ ଗୋଷ୍ଟି
ଦେଖାଉଚି ତାର ପ୍ରଚଣ୍ଡ ରୂପ ।
ଅଣାୟତ୍ତ ପରିସ୍ଥିତି ଆଜି ଉପୁଜିଗଲାଣି
ପଞ୍ଚଭୂତ ହୁଅ ଥରହର
ମାଳିକା ବିଚାର ଆଜି
ସତ ହେବାରେ ଲାଗିଲାଣି ଦେଖ ।
ଘରେ ଘରେ ତାଟି କବାଟ ଝୁଲି
ଗ୍ରାମେ ବୁଲିଲାଣି ଶୃଗାଳ
ଅଚିହ୍ନା ବ୍ୟାଧିକୁ ବଇଦ ନ ଚିହିଁ
ଖାଇବ ଦିନେ ମାଂସାସୀ ଶୃଗାଳ
ପିତାର ଶବକୁ ପୁତ୍ର ନ ଛୁଇଁବ
ସ୍ତ୍ରୀ କାନ୍ଦୁଥିବ ଝୁରି
ସଂସାର ପାଖରେ ଡରିଯିବ ଯେବେ ମଣିଷ ସମାଜ
ଭଜୁଥିବୁ ତୁହି ନାମ ହରି ।
ସମୟ ଆସିବ ବଳଦଶମ ମଣିଷ ହୋଇ
ମୁହଁରେ ବାନ୍ଧିବ ତୁଣ୍ଡି ସେହି
ଭୈରବ ଆସି ଗୃହ ଆଗେ ଡାକ ଦେବ
ମଣିଷ ସମାଜ ଭୟେ ହେବ ଥରହର ।
