STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଦେଶ ମଣିଷ

ଦେଶ ମଣିଷ

1 min
397

ଦେଶ!

ଦେଶ ନୁହେଁ ଭୌଗୋଳିକ

ସୀମାରେଖା ଦ୍ୱାରା ଆବଦ୍ଧ ଭୂଖଣ୍ଡଟିଏ।

ଦେଶ ନୁହେଁ ବି 

ନଦନଦୀ ବଣବିଲ ପାହାଡ଼ ପର୍ବତ ଭରା

ନିର୍ଜନ ନିକାଞ୍ଚନ ଇଲାକାଟିଏ।

ଦେଶ ନୁହଁଇ 

ନୀଳ ଆକାଶ ଆଉ ସମୁଦ୍ର ଘେରା

ଅସୂର୍ଯ୍ୟଂପଶ୍ୟା ନାରୀଟିଏ।

ଦେଶ ନୁହେଁ 

ନିଷ୍ପ୍ରାଣ ନିର୍ଜୀବ ସ୍ପନ୍ଦନ ବିହୀନ 

ବସ୍ତୁର ସମାହାରରେ ଗଠିତ ସ୍ଥାନଟିଏ।

ଦେଶ ଗଢା ହୁଏ ମଣିଷ ପାଇଁ

ମଣିଷ ହିଁ ଗଢେ ଦେଶ

ଦେଶ ଆପେ ଆପେ ସ୍ୱତଃସ୍ଫୁର୍ତ୍ 

ଭାବେ ସୃଷ୍ଟି ହୁଏନାହିଁ

ଗଢାଯାଏ ମେହନତି ମଣିଷର

ଲହୁ ଲୁହରେ ସ୍ୱେଦ ଓ ଶୌର୍ଯ୍ୟରେ।

ମଣିଷ ପାଇଁ ଦେଶ

ଦେଶ ପାଇଁ ମଣିଷ

ବିଶ୍ୱରେ ହୁଏ ପରିଚିତ

ମଣିଷର ସଭ୍ୟତା ସଂସ୍କୃତି 

ଭାଷା ପରମ୍ପରା ରୀତିନୀତି 

ସାହିତ୍ୟ ସ୍ଥାପତ୍ୟ ଶିକ୍ଷା ଦୀକ୍ଷା 

ଅର୍ଥନୀତି ରାଜନୀତି ରାଷ୍ଟ୍ରନୀତି

ଦ୍ୱାରା ଦେଶ ହୁଅଇ ସମୃଦ୍ଧ।

ମଣିଷ ପରି ଦେଶର ବି

ଗୋଟିଏ ଆତ୍ମା ଅଛି

ସଦା ଜାଗ୍ରତ ସଦା ସ୍ପନ୍ଦିତ 

ହୁଏ ଦେଶର ପ୍ରାଣ 

ଦେଶର ଆତ୍ମା ହିଁ ମଣିଷ

ମଣିଷର ସତ୍ତା ହିଁ ଦେଶ।

ଦେଶ ବିନା ମଣିଷ

ମଣିଷ ବିନା ଦେଶ

ସୃଷ୍ଟି ସ୍ଥିତି ହୁଏ ଅସମ୍ଭବ

ଦୁହେଁ ଦୁହିଁଙ୍କ ପରିପୂରକ

ଦୁହେଁ ମିଳିତ ହେଲେ

ତାହାକୁ ହିଁ ସଭିଏଁ କହନ୍ତି

ଗୌରବେ "ଦେଶ ମଣିଷ"।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational