STORYMIRROR

PRABINA KU, KHADANGA

Abstract

2  

PRABINA KU, KHADANGA

Abstract

ଦେଶ କେଉଁ ସ୍ୱାଧୀନତା ପାଇଛି

ଦେଶ କେଉଁ ସ୍ୱାଧୀନତା ପାଇଛି

2 mins
125

ବିକାଶର ଦିଗେ ମୁକ୍ତିର ପଥେ

ଦେଶ ଆଜି ଗତି କରୁଛି

ସ୍ୱାଧୀନତା ମନ୍ତ୍ରେ ସଭିଙ୍କ ମୁଖରେ

ଦେଖ ମୁଖରିତ ହେଉଛି

ଦେଶ ସ୍ଵାଧୀନତା ପାଇଛି

ମୁକ୍ତ ପକ୍ଷୀ ଆଜି ମୁକ୍ତ ଆକାଶେ

କିଛି କ୍ଷଣ ଘୂରି ବୁଲୁଛି

ଗୋଳା ବାରୁଦର ନିସାଣ ଆଗରେ

ଦିଗହରା ହୋଇ ଟଳି ଯାଉଛି

ଦେଶ କେଉଁ ସ୍ୱାଧୀନତା ପାଇଛି

ସ୍ୱାଧୀନତା ପାଇ ସ୍ଵାଧୀନ ଭାବେ ବଞ୍ଚିବାକୁ

ଆମ ସମ୍ବିଧାନ ଗଢା ହୋଇଛି

ତୁଳା ଦଣ୍ଡକରେ ଓଜନର ଭାର

କେବଳ ଗୋଟିଏ ଦିଗ ତଉଲୁଛି

ଦେଶ କେଉଁ ସ୍ୱାଧୀନତା ପାଇଛି

ସମ୍ବିଧାନ ଧାରାରେ ସଭିଙ୍କ ପାଖରେ

ସ୍ୱାଧୀନତା ବଳବତ୍ତର ରହିଛି

ତଥାପି ଝିଅଟେ ସ୍ଵାଧୀନ ଭାବରେ

ବୁଲିବାକୁ ଆଜି ଭାରି ଡରୁଛି

ଦେଶ କେଉଁ ସ୍ୱାଧୀନତା ପାଇଛି

ସ୍ୱାଧୀନତା ପୁଣି ସଭିଙ୍କୁ ସମ୍ମାନ ଦେବାରେ

ଦେଶରେ ଡିଣ୍ଡିମ ବାଜୁଛି

ନାରୀ ନିର୍ଯାତନା ଧର୍ଷଣକୁ ଦେଖିଲେ 

ସ୍ୱାଧୀନତା ଉପରେ ସନ୍ଦେହ ଆସୁଛି

ଦେଶ କେଉଁ ସ୍ୱାଧୀନତା ପାଇଛି

ମୌଳିକ ଅଧିକାର ସମ୍ବିଧାନେ ଲିଖିତ

କେବଳ ଲେଖାରେ ହିଁ ପ୍ରକାଶ ପାଉଛି

ସ୍ୱାଧୀନତା ନାମେ ପରାଧୀନ ଭାବେ

ସବୁଠି ଅତ୍ୟାଚାର ଚାଲିଛି

ଦେଶ କେଉଁ ସ୍ୱାଧୀନତା ପାଇଛି

 ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ଭୁଲି 

ଏକତା ସ୍ୱରେ ବଞ୍ଚିବା ଆହ୍ୱାନ ଶୁଭୁଛି

ନିଜ ସ୍ବାର୍ଥ ପାଇଁ ଲଢେ଼ଇ କରନ୍ତି

ଭାଇଚାରା ଧର୍ମାନ୍ଧତା ପାଖେ ବନ୍ଧା ପଡ଼ିଛି

ଦେଶ କେଉଁ ସ୍ୱାଧୀନତା ପାଇଛି

ସବୁଠାରେ ହସେ ହିଂସା ଦ୍ୱେଷ ମନୋଭାବ

ଆତ୍ମୀୟତା ଲୁଚି ଯାଇଛି

ସ୍ୱାର୍ଥପାଇଁ ଅନ୍ୟାୟ ଚକ୍ରାନ୍ତ କରନ୍ତି ଶତ୍ରୁତା

ମାନବିକତା ଉପହାସ କରୁଛି

ଦେଶ କେଉଁ ସ୍ୱାଧୀନତା ପାଇଛି

ଆମ ସମାଜରେ କମ୍ପାନୀର ଧାରା

ନିତି କେତେ କେତେ ଗଢା ଚାଲିଛି

କୋଟି କୋଟି ଟଙ୍କା ଲୁଟି ନେଇ ଚାଲି ଗଲେ

ଗରିବ ଚାଷୀଟା ଯେ ଆତ୍ମହତ୍ୟା କରୁଛି

ଦେଶ କେଉଁ ସ୍ୱାଧୀନତା ପାଇଛି

ନିୟମକୁ ଭାଙ୍ଗି ନିୟମ ଗଢ଼ିବା ପାଇଁକି

ସବୁଠାରେ ଲାଞ୍ଚ ବ୍ୟବସ୍ଥା ଚାଲିଛି

ଶୋଷଣକରି ଭରନ୍ତି ନିଜର ପାଣ୍ଠିକୁ

ଜନତା ସବୁ ଦେଖି ମୁକ ସାଜିଛି

ଦେଶ କେଉଁ ସ୍ୱାଧୀନତା ପାଇଛି

ଆଇନି ବ୍ୟବସ୍ଥା ସ୍ତର ମଧ୍ୟ ଦେଖ

କେତେ ଜାଗାରେ ଭୁଶୁଳି ପଡ଼ିଛି

ଦୋଷୀ ସ୍ୱାଭିମାନେ ବାଟ ଚାଲୁଅଛି

ନିର୍ଦ୍ଦୋଷ ଯେ ଦଣ୍ଡ ପାଉଛି

ଦେଶ କେଉଁ ସ୍ୱାଧୀନତା ପାଇଛି

ନୀତି ନିୟମକୁ କଳା ପଟି ବାନ୍ଧି

ସବୁଠି ବିକ୍ଷୋଭ ଚାଲିଛି

ଧଳା ପୋଷାକରେ କଳା କାରନାମା

ବେଶ୍ ବାରିହୋଇ ପଡୁଛି

ଦେଶ କେଉଁ ସ୍ୱାଧୀନତା ପାଇଛି

ଆଉ ସଂସ୍କୃତି ପରମ୍ପରା କ୍ରମେ କ୍ରମେ ଦେଖ

ଦେଶରୁ ଯେ ଲୋପ ପାଉଛି

ଆଧୁନିକତାର କୋମଳ ସ୍ପର୍ଶରେ 

ସବୁକିଛି ଉଜୁଡି ଯାଉଛି

ଦେଶ କେଉଁ ସ୍ୱାଧୀନତା ପାଇଛି। 

ଜାତୀୟ ପତାକାର ଶାନ୍ତି ମୈତ୍ରୀ ଭାବ

ସମ୍ମାନ କ୍ରମେ ଲୋପ ପାଉଛି

ଦେଶପ୍ରେମୀ ଆମ ସଂଗ୍ରାମୀ ମାନଙ୍କ

ବଳିଦାନକୁ ମଣିଷ ଭୁଲି ଯାଉଛି

ଦେଶ କେଉଁ ସ୍ୱାଧୀନତା ପାଇଛି

ତଥାପି ଗର୍ବରେ ମୁଁ ସ୍ଵାଧୀନ ବୋଲି

ଚିତ୍କାର କରି ଯେ କହୁଛି

ଜାତୀୟ ପତାକା, ସମ୍ବିଧାନ,ସଙ୍ଗୀତ, ସଂଗ୍ରାମୀ

ତାଙ୍କୁ ଶ୍ରଦ୍ଧାରେ ସମ୍ମାନ ଜ୍ଞାପନ କରୁଛି

ମୋ ଦେଶ ସ୍ୱାଧୀନତା ପାଇଛି

ହିଂସା ଦ୍ୱେଷ ଭୁଲି ଭାଇଚାରା ସମ୍ପର୍କେ

ବାନ୍ଧି ହେବାକୁ ଆହ୍ୱାନ କରୁଛି

ସଭିଙ୍କୁ ସମ୍ମାନ ମର୍ଯ୍ୟାଦା ଦେବାକୁ ଅନୁରୋଧ କରି

କିଛି ଆଶା ସମ୍ଭାବନା ରଖି ରହୁଛି

ମୋ ଦେଶ ସ୍ୱାଧୀନତା ପାଇଛି

ଗର୍ବରେ ଛାତି ଫୁଲେଇ କହୁଛି 

ମୋ ଦେଶ ସ୍ୱାଧୀନତା ପାଇଛି 


Rate this content
Log in

Similar oriya poem from Abstract