Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ଦେଶ ବନ୍ଦନା: ସରଗଠୁ ବଡ଼ ମାତୃଭୂମି ମୋର -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା: ସରଗଠୁ ବଡ଼ ମାତୃଭୂମି ମୋର -ଡକ୍ଟର କୃତ୍ତିବାସ ନାୟକ

1 min
371



ସରଗଠୁ ବଡ଼ ମାତୃଭୂମି ମୋର-ଏଇ ଭାରତ ବରଷ,

ଅମୃତ ସମାନ ତା' ପାଣି ପବନ ତା' ସରି କିଏ ସରସ ?(ଘୋଷା)


ଜାଣି ତା' ଗରିମା ମହତ ମହିମା ସାଗର ଧୁଏ ଚରଣ,

ଜଗିଛି ଦୁଆର ହିମାଳୟ ତା'ର ଗଙ୍ଗା ପଶିଛି ଶରଣ |

କେତେ ସୁର-ବୀର ପୂଜି ତା' ପୟର ଗଢ଼ିଛନ୍ତି ଇତିହାସ |

ସରଗଠୁ ବଡ଼ ମାତୃଭୂମି ମୋର-ଏଇ ଭାରତ ବରଷ,

ଅମୃତ ସମାନ ତା' ପାଣି ପବନ ତା' ସରି କିଏ ସରସ ?(1)


ସତ୍ୟ ଶାନ୍ତି ପ୍ରେମ ଏ' ଜାତିର ଧର୍ମ ଆମେ ତା' ଭକ୍ତିର ଫୁଲ,

ବିଶ୍ୱକୁ ପ୍ରେମରେ ବାନ୍ଧିରଖେ, ଗଢେ ପ୍ରୀତିର ତାଜମହଲ |

ହସାଇ ଜଗତ ହସିବ ଭାରତ କୋଟି ପ୍ରାଣେ ଦେଇ ହସ |

ସରଗଠୁ ବଡ଼ ମାତୃଭୂମି ମୋର-ଏଇ ଭାରତ ବରଷ,

ଅମୃତ ସମାନ ତା' ପାଣି ପବନ ତା' ସରି କିଏ ସରସ ?(2)




Rate this content
Log in

Similar oriya poem from Inspirational