STORYMIRROR

KRUTIBAS NAYAK

Inspirational Children

4  

KRUTIBAS NAYAK

Inspirational Children

ଦେଶ ବନ୍ଦନା : ନୂତନ ସୂର୍ଯ୍ୟର ଆଗମନ -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା : ନୂତନ ସୂର୍ଯ୍ୟର ଆଗମନ -ଡକ୍ଟର କୃତ୍ତିବାସ ନାୟକ

1 min
384


ନୂତନ ସୂର୍ଯ୍ୟର ଆଗମନ ହେଲା ଧରାହେବ ଆଲୋକିତ,

ଧର୍ମର ମୁକୁଟ ବିଶ୍ୱ ଜନନୀର ଶିରେ ହେବ ସୁଶୋଭିତ |(ଘୋଷା)


ସାଜିଥିବା ଆମେ ଶାନ୍ତିର ଦୂତ,

ଗାଇବା ମିଳିତ ଅହିଂସାର ମନ୍ତ୍ର |

ହଟାଇବା ଆମେ ଅସତ୍ୟ ଅନ୍ଧାର ସତ୍ୟ ହେବ ପ୍ରକାଶିତ |

ନୂତନ ସୂର୍ଯ୍ୟର ଆଗମନ ହେଲା ଧରାହେବ ଆଲୋକିତ,

ଧର୍ମର ମୁକୁଟ ବିଶ୍ୱ ଜନନୀର ଶିରେ ହେବ ସୁଶୋଭିତ | (1)


ଦୁନିଆ ବାନ୍ଧିବା ମୈତ୍ରୀ ବନ୍ଧନେ,

ଦେବା ନୂଆ ଆଶା ଜଗତର ପ୍ରାଣେ |

ସ୍ୱାଗତ କରିବା ନଵ-ପ୍ରଭାତକୁ ହାତରେ ମିଳାଇ ହାତ |

ନୂତନ ସୂର୍ଯ୍ୟର ଆଗମନ ହେଲା ଧରାହେବ ଆଲୋକିତ,

ଧର୍ମର ମୁକୁଟ ବିଶ୍ୱ ଜନନୀର ଶିରେ ହେବ ସୁଶୋଭିତ | (2)



Rate this content
Log in

Similar oriya poem from Inspirational