The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

KRUTIBAS NAYAK

Inspirational Others Children

2  

KRUTIBAS NAYAK

Inspirational Others Children

ଦେଶ ବନ୍ଦନା: କେତେ ଜନମ ସାଧନା ବଳେ

ଦେଶ ବନ୍ଦନା: କେତେ ଜନମ ସାଧନା ବଳେ

1 min
118



କେତେ ଜନମ ସାଧନା ଆଉ କେତେ ଧରମ ବଳେ,

ହୋଇଛି ଧନ୍ୟ ପାଇଁ ଜନମ ଭାରତ ମାତା କୋଳେ |(ଘୋଷା)


ତଳରେ ଥାଇ ହାତ ବଢ଼େଇ ପାଏ ମୁଁ ଏଠି ଫଳ,

ଖୋଳିଲେ ପୁଣି କେତେ କେଜାଣି ପାଏ ଅମୃତ ଜଳ |

କୁହ ତ କିଏ ଏମିତି ସୁଖ ଆଉ କେଉଁଠି ମିଳେ ?

କେତେ ଜନମ ସାଧନା ଆଉ କେତେ ଧରମ ବଳେ,

ହୋଇଛି ଧନ୍ୟ ପାଇଁ ଜନମ ଭାରତ ମାତା କୋଳେ |(1)


କେତେ ଯେ ଜାତି ଧର୍ମ ବର୍ଣ୍ଣର ଏ' ପୀଠ ମିଳନର,

ସରଗପୁରୀ ହେବନି ସରି ରୂପ ଗୁଣରେ ତା'ର |

ଆମରି ପାଇଁ ଆମ ଜନନୀ ସ୍ନେହ ମମତା ଢାଳେ |

କେତେ ଜନମ ସାଧନା ଆଉ କେତେ ଧରମ ବଳେ,

ହୋଇଛି ଧନ୍ୟ ପାଇଁ ଜନମ ଭାରତ ମାତା କୋଳେ |(2)



Rate this content
Log in