STORYMIRROR

KRUTIBAS NAYAK

Inspirational Others Children

3  

KRUTIBAS NAYAK

Inspirational Others Children

ଦେଶ ବନ୍ଦନା: ହେଉଥିବି ପୂଜାଫୁଲ

ଦେଶ ବନ୍ଦନା: ହେଉଥିବି ପୂଜାଫୁଲ

1 min
445



ଥରକୁ ଥର ମୁଁ ଜନମି ଭାରତେ ହେଉଥିବି ପୂଜାଫୁଲ,

ସାର୍ଥକ ହୋଇବ ଜୀବନ ମୋହର ପାଉଥିବି ପୁଣ୍ୟଫଳ |(ଘୋଷା)


ଜଗତେ ବିଖ୍ୟାତ ନାମଟି ଯା'ର,

ଗୌରବମୟୀ ଜନନୀ ମୋର |

ହିମାଳୟ ଯା'ର ଶିରେ ମୁକୁଟ,

ସକଳ ଧର୍ମର ମିଳନ ପୀଠ |

ଝରିପଡ଼େ ଯହିଁ ମାଆର ମମତା-ଗଙ୍ଗାର ଅମୃତ ଜଳ |

ଥରକୁ ଥର ମୁଁ ଜନମି ଭାରତେ ହେଉଥିବି ପୂଜାଫୁଲ,

ସାର୍ଥକ ହୋଇବ ଜୀବନ ମୋହର ପାଉଥିବି ପୁଣ୍ୟଫଳ |(1)


ସତ୍ୟ ଶାନ୍ତି ଧର୍ମ ମଇତ୍ରି ବଳେ,

ଏଇ ଭାରତରେ ପ୍ରଦୀପ ଜଳେ |

ଗାଉଥିବି ସଦା ଜନନୀ ଗାଥା,

ତା' ଚରଣେ ଢାଳି ନିଜର ମଥା |

ଧନ୍ୟହେବି ମୁହିଁ ପାଇଯିବି ଯଦି ଭାରତ ଜନନୀ କୋଳ |

ଥରକୁ ଥର ମୁଁ ଜନମି ଭାରତେ ହେଉଥିବି ପୂଜାଫୁଲ,

ସାର୍ଥକ ହୋଇବ ଜୀବନ ମୋହର ପାଉଥିବି ପୁଣ୍ୟଫଳ |(2)



Rate this content
Log in

Similar oriya poem from Inspirational