Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

KRUTIBAS NAYAK

Inspirational Others Children

2  

KRUTIBAS NAYAK

Inspirational Others Children

ଦେଶ ବନ୍ଦନା: ଗୋଟିଏ ଆମରି ମାଆ

ଦେଶ ବନ୍ଦନା: ଗୋଟିଏ ଆମରି ମାଆ

1 min
213



ଗୋଟି ଗୋଟି ଆମେ କୋଟିଏ ସନ୍ତାନ- ଗୋଟିଏ ଆମରି ମାଆ,

ତା'ର କୋଳେ ଆମେ ସକଳେ ସମାନ- ସଭିଙ୍କର ସେହି ସାହା । (ଘୋଷା)


ମାଆ ସିନା ସହେ ସନ୍ତାନର ଅଳି କୋଳେଇ କାଖେଇ ଧରି,

ମାତୃଭୂମି ଆଉ ମାତୃଭାଷା ଦୁହେଁ ସମାନ ମାଆର ପରି ।

ସବୁ ଦୁଃଖ ସହି ଦିଅନ୍ତି ଯୋଗାଇ ଯେତେବେଳେ ଲୋଡ଼ା ଯାହା ।

ଗୋଟି ଗୋଟି ଆମେ କୋଟିଏ ସନ୍ତାନ- ଗୋଟିଏ ଆମରି ମାଆ,

ତା'ର କୋଳେ ଆମେ ସକଳେ ସମାନ- ସଭିଙ୍କର ସେହି ସାହା ।


ମାଆର ମମତା ମାତୃଭାଷା କଥା ଲାଗେ ସିନା ମିଠା ମିଠା,

ଯୁଗ ଯୁଗ ଧରି ସହୁଛି ଯେ ଅଳି ତା' ଚରଣେ ଥାଉ ମଥା ।

କୋଟି ସନ୍ତାନର ଜନନୀ ଭାରତ ଦେଖାଏ ଧର୍ମର ରାହା ।

ଗୋଟି ଗୋଟି ଆମେ କୋଟିଏ ସନ୍ତାନ- ଗୋଟିଏ ଆମରି ମାଆ,

ତା'ର କୋଳେ ଆମେ ସକଳେ ସମାନ- ସଭିଙ୍କର ସେହି ସାହା ।



Rate this content
Log in

Similar oriya poem from Inspirational