ଦେଶ ବନ୍ଦନା : ଏ'ଦେଶ ଭାରତ ଜନନୀ -ଡକ୍ଟର କୃତ୍ତିବାସ ନାୟକ
ଦେଶ ବନ୍ଦନା : ଏ'ଦେଶ ଭାରତ ଜନନୀ -ଡକ୍ଟର କୃତ୍ତିବାସ ନାୟକ


ଏ'ଦେଶ ଭାରତ ଜନନୀ ଆମର କିଏ ହେବ ତା'ର ତୁଲ ?
ଅମୃତ ସମାନ ତା' ପାଣି ପବନ ମାଟି ତା' ଅମୂଲ ମୂଲ |(ଘୋଷା)
ମମତା ତାହାର ଫୁଲ ହେଇ ଫୁଟେ,
ସୁନାର ଫସଲ ତା' ବୁକୁରେ ଲୋଟେ |
ପୂରୁବ ଆକାଶେ ଅରୁଣିମା ହସେ-
ଜନନୀ ମଥା ସିନ୍ଦୂର |
ଏ'ଦେଶ ଭାରତ ଜନନୀ ଆମର କିଏ ହେବ ତା'ର ତୂଲ ?
ଅମୃତ ସମାନ ତା' ପାଣି ପବନ ମାଟି ତା' ଅମୂଲ ମୂଲ |(1)
ମୌସୁମୀ ବାଆ ପଣତ ଉଡ଼ାଏ ,
ହିମାଳୟ ଶୋହେ ମୁକୁଟ ପରାଏ |
ଧନ-ଜନ ଭରା ଜନନୀ ଭାରତ-
ସଂସାର ଭିତରେ ସାର |
ଏ'ଦେଶ ଭାରତ ଜନନୀ ଆମର କିଏ ହେବ ତା'ର ତୂଲ ?
ଅମୃତ ସମାନ ତା' ପାଣି ପବନ ମାଟି ତା' ଅମୂଲ ମୂଲ |(ଘୋଷା)