Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

2.6  

KRUTIBAS NAYAK

Inspirational Children

ଦେଶ ବନ୍ଦନା : ଭାରତ ଏକ ସାଗର

ଦେଶ ବନ୍ଦନା : ଭାରତ ଏକ ସାଗର

1 min
323



କାଶ୍ମିରଠାରୁ କୁମାରିକା ଯାଏ ଭାରତ ଏକ ସାଗର,

ଅଠେଇଶ ନଦୀ ବହେ ତା' ଭିତରେ ଆଉ ନଅ ଗୋଟି ଝର |(ଘୋଷା)


ଏହି ସାଗରରେ ଭରିଛି ରତନ ହୀରା-ନୀଳା ଆଉ ମୋତି,

ଉଠିଲେ ତରଙ୍ଗ ଦିଶେ ବହୁରଙ୍ଗ କେତେଭାଷା କେତେଜାତି |

ସଭିଙ୍କୁ ଆଦର କରୁଛି ସାଗର ନାହିଁ ପର ଆପଣାର |

କାଶ୍ମିରଠାରୁ କୁମାରିକା ଯାଏ ଭାରତ ଏକ ସାଗର,

ଅଠେଇଶ ନଦୀ ବହେ ତା' ଭିତରେ ଆଉ ନଅ ଗୋଟି ଝର | |(1)


ଧରମ ବୋଇତ ଭାସେ ସେ ସାଗରେ ଶାନ୍ତିର ବାରତା ଦେଇ,

ଅହିଂସାର ବାଣୀ ମୈତ୍ରୀର କାହାଣୀ ଯାଏ କାନେ କାନେ କହି |

ତ୍ରିରଙ୍ଗା ପତାକା ଆଣୁଛି ଏକତା ଉଡ଼ି ଫର ଫର ଫର |

କାଶ୍ମିରଠାରୁ କୁମାରିକା ଯାଏ ଭାରତ ଏକ ସାଗର,

ଅଠେଇଶ ନଦୀ ବହେ ତା' ଭିତରେ ଆଉ ନଅ ଗୋଟି ଝର | |(2)



Rate this content
Log in

Similar oriya poem from Inspirational