STORYMIRROR

DR PRASANTA KUMAR BISWAL

Abstract

3  

DR PRASANTA KUMAR BISWAL

Abstract

ଦେଶ ବିକାଶ କରିଛି

ଦେଶ ବିକାଶ କରିଛି

1 min
178


ପ୍ରଗତି ଶିଖର ଛୁଇଁଛି,

ଗାଡିମଟର ସ୍କୁଲ ଦପ୍ତର 

କଳକାରଖାନା ଡାକ୍ତରଖାନା 

ସବୁର ସଂଖ୍ୟା ବଢିଛି

ତଥାପି ବିକାଶର ବିକଳରୂପ 

ମହାମାରୀ ପ୍ରକାଶ କରୁଛି। 

ପ୍ରଗତି ଶିଖର ଛୁଇଁଛି 

ମା'ଗର୍ଭରୁ ମୃତ୍ୟୁପର ପର୍ଯ୍ୟନ୍ତ 

ଯୋଜନା ଲମ୍ବା ହୋଇଛି 

ତଥାପି କୃଷକ ଋଣଭାର ଅସହ୍ୟରେ

ଆତ୍ମହତ୍ୟା କରୁଛି। 

ଗ୍ରାମ୍ଯ ଉଦ୍ୟୋଗ, କୁଟୀର ଶିଳ୍ପର

ଛାତିଉପରେ,ବୃହତ ଶିଳ୍ପ ଗଢୁଛି,

ନିଯୁକ୍ତି କମିଛି,ପ୍ରଦୂଷଣ ବଢୁଛି, 

ଦେଶର ବିକାଶ ହୋଇଛି 

ତଥାପି ପେଟ ଚାଖଣ୍ଡେ ଲାଗି 

ମଣିଷ ଭିଟାମାଟି ଛାଡିଛି। 

ଓଡିଶା ଧନି ଓଡିଆ ଗରିବ

ପ୍ରବାଦ ଚାଲିଛି, ପ୍ରାକୃତିକ ସମ୍ପଦ ସାଙ୍ଗକୁ ଖଣିଜ ଦ୍ରବ୍ୟ, ଚୌହଦୀରେ ଭରିଛି।

ଅନାଦି କାଳରୁ ଲବଣାକ୍ତ ଚିଲିକାହ୍ରଦ 

ଆର୍ଥିକ ପ୍ରଗତିର ଆହ୍ୱାନ କରୁଛି, 

ଲୁଣ ରପ୍ତାନୀର କିଆରୀର ଚିହ୍ନ 

ଏବେବି ସ୍ମୃତି ପଖାଳୁଛି। 

ତଥାପି ଲୁଣ ଲାଗି ଅନ୍ୟକୁ ଆଦରିଛି। 

ପ୍ରଗତି ଶିଖର ଛୁଇଁଛି 

ଦୁଗ୍ଧ ଦହିରେ ସୁଅ ଛୁଟୁଛି, 

ଧାନ ଉତ୍ପାଦନ ସଫଳ ହୋଇଛି, 

ବାଣିଜ୍ୟିକ ସ୍ବାଧୀନତା ହରାଇ

ଉତ୍ପାଦିତ ଦ୍ରବ୍ୟ ରାସ୍ତାରେ ଗଡୁଛି,

ଶୀତଳଭଣ୍ଡାର ଅଭାବରେ

ଆଳୁପିଆଜ ବି ଲୁହଝରାଉଛି।

ଓଟିଏମ୍ ଲୁଗା କଳରେ ତାଲାଝୁଲୁଛି,

ହସ୍ତତନ୍ତର ଆକର୍ଷଣ କମିଛି, 

ବିଦେଶୀ ବସ୍ତ୍ର ନୟନ ଛୁଇଁଛି,

ସ୍ବଦେଶୀ କପା,ସ୍ବଦେଶୀ ଶିଳ୍ପୀ 

ହତାଦର ହେଉଛି,

ବିଦେଶୀ ବର୍ଜନ ସ୍ବଦେଶୀ ଗ୍ରହଣ 

ନାଗରା ବାଜୁଛି, 

ଚୀନ ସମଗ୍ର ବଜାରକୁ କବଳିତ କରିଛି,

ତଥାପି ଦେଶ ଆତ୍ମ ନିର୍ଭରଶୀଳ ହୋଇଛି। 

କମ୍ପାନୀ ଅମଳାତନ୍ତ୍ରର ଶୋଷଣ ବଢିଛି,

ସୂକ୍ଷ୍ମ ତାରକଷି କାମ ସ୍ଥାଣୁ ପାଲଟିଛି,

ଦେଶ ଋଣଭାରରେ ଶୀର୍ଷକକୁ ଛୁଇଁଛି, 

ସୁରାସାକି ପ୍ରାବଲ୍ୟରେ 

ସଂସାର ଆଜି ବି ଉଜୁଡୁଛି, 

ବଡପଣ୍ଡା ଦଳିତର ରକ୍ତ ଶୋଷି

ଧର୍ମାବତାର ସାଜିଛି, 

ଶିକ୍ଷାନୁଷ୍ଠାନ ଛତୁଫୁଟିଛି,

ମାତୃଭାଷା ଭୁଲି ବିଦେଶୀ ଆପଣେଛି, 

ଯେତେ ସବୁ ତାମସିକ ଗୁଣଧରି

ସ୍ବଚ୍ଛ ଭାରତର ମଙ୍ଗ ଧରିଛି, 

ସ୍ବାଧୀନତା ର ଘୋଷିତ ପ୍ରତିଶୃତି 

ଫାଇଲତଳେ ଦବିଯାଇଛି,କେବଳ

ଶ୍ରଦ୍ଧାଞ୍ଜଳି ପୁଷ୍ପାଞ୍ଜଳି ଶୋକାଞ୍ଜଳିରେ

ସର୍ବୋଦୟ ଚାଲିଛି, 

ଏବେବି ସ୍ବରାଜ୍ଯ ବି ସ୍ବପ୍ନ ହୋଇଛି 

ତଥାପି ଦେଶର ବିକାଶ ହୋଇଛି। 



Rate this content
Log in

Similar oriya poem from Abstract