ଦେଖିବାକୁ ଯିବି ରଥଯାତ୍ରା
ଦେଖିବାକୁ ଯିବି ରଥଯାତ୍ରା
ତୋ ରଥ ଯାତରା ଦେଖି ବାକୁ ଯିବି
ହୋଇଛି ରେ ମନ ମୋର
ମୋ ଜୀବନ ଧନ ଦେବୁ ରେ ଦର୍ଶନ
ଆସିବି ରେ ଧାମକୁ ତୋର ।
ମିଛ ମାୟା ଜାଲେ ପଡି ମୁ ରହିଛି
କାଳିଆ ରେ ତୋର ଆସ୍ରା ରେ ଅଛି
ସଂସାରେ ମୋର କେହି ନୁହେଁ ନିଜର
ତୋ ବିନା କେ ବୁଝେନି ଭଲ ମନ୍ଦ ମୋର ।
ଦିନ ରାତି ତୋ ନାମକୁ ଭଜିବି
ଯିବି ତୋର ଶିରି ମନ୍ଦିର ।
ମୋ ମନ କଥା ଜାଣେ ନାହିଁ କେହି
ବନ୍ଧୁ ସଖା ମୋର ଏକାରେ ତୁହି
ଦୁଇ ହାତ ବଢ଼େଇ ଡାକୁଛି ତୋତେ
ସାହା ମୋ ହୋଇବୁ ଏଇ ଜଗତେ ।
ତୋର ଶ୍ରୀ କ୍ଷେତ୍ରରେ ପାଦ ପକାଇବି
ଟାଣିକି ପାରିବି ରଥକୁ ତୋର
