Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Fantasy

4  

Chittaranjan Nanda

Abstract Action Fantasy

ଦେଖ ରାଜନୀତି, ଗଣତନ୍ତ୍ର ନୀତି

ଦେଖ ରାଜନୀତି, ଗଣତନ୍ତ୍ର ନୀତି

1 min
212


ଏ କି ରାଜନୀତି, ରାତାରାତି ବଡ଼ 

ହେବାକୁ ଚାହାନ୍ତି ଛଳେ ବଳେ

ଦେଖ ତାର ପ୍ରଭାବେ ମଣିଷ ସ୍ଵଭାବ 

ବଦଳି ଯାଇଛି ଆଜିର ଭାରତ ମଣ୍ଡଳେ

ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ।


ଜୀବନ ପୃଷ୍ଠାରେ ପରିସ୍ଫୁଟ ହୋଇଛି 

ଆଖିରେ ଏକ ଚରିତ୍ରର ଚିତ୍ର

ଚହଟ ଚିକ୍କଣ ବେଶରେ ହୋଇ ଆବୃତ 

ଆସନ୍ତି କେତେ କେତେ ଚରିତ୍ର

ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ।


ବଡ ବଡ ପ୍ରତିଶୃତି ଦେଇ ଯେବେ ଦି 

ପଦ କଥା କହେ

ଜଣା ପଡେ ପାଠ ବିବର୍ଜ୍ଜିତ ବେଶ 

ନୁହେଁ ତାର ଭାଷା ଦେଖାଏ

ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ।


ନାଲିପାଣିର ଏକି ଆଚମ୍ବିତ କଳା ଲୀଳା 

ମିଳେ ଗାଆଁଠୁ ସହର ଯାଏ 

ଶାନ୍ତିର ବାନା ଉଡାଇ, ଦେଖ ଦିବସ 

ରଜନୀ ହିଂସା ଜଳେ ଠାଏ ଠାଏ

ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ।


ଗଣତନ୍ତ୍ର ପରା ଉତ୍ତମ ଶାସନ ଆଜି

ଆଦୃତ ବିଶ୍ବ ମାନସରେ 

ଭାରତୀୟ ଜନତା କଅଣ ଦେଖୁଛି ଏଠି

ନିତି ଗଣତନ୍ତ୍ର ବସୁଛି ଫାଶିରେ

ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ।


ଯୁଗେ ଯୁଗେ ସାଧାରଣ ଚୋରର ପସନ୍ଦ

ରହେ ରାତ୍ରର ଅନ୍ଧକାର 

ଆଲୁଅ ଭିତରେ ଭଦ୍ର ଖୋଳପାରେ ଦିଅଁ 

ସହ ଖଟୁଳି ଖାଏ ରାଜନୈତିକ ଚୋର 

ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ।


ରାଜନୀତି ର କୂଟନୀତିଆଙ୍କ ପଶାକାଠି 

ଖେଳ ଆଜି କଅଣ ଶିଖେଇଛି

ଗାଁ ଗାଁ ପରିବାରେ ଅଶାନ୍ତିର ନିଆଁ ଜାଳି ଭୋଟ 

ନେବାରେ ଦେଶର କି ଲାଭ ହେଉଛି 

ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ଏହି ତ ଗଣତନ୍ତ୍ର ।


Rate this content
Log in

Similar oriya poem from Abstract