ଦେଖ ଏ ଟୋକାଙ୍କ ରଙ୍ଗକୁଦୋଷ ଦେବେ ଗଜାନନଙ୍କୁ
ଦେଖ ଏ ଟୋକାଙ୍କ ରଙ୍ଗକୁଦୋଷ ଦେବେ ଗଜାନନଙ୍କୁ
କହିଛନ୍ତି କ'ଣ ପ୍ରଭୁ ଗଜାନନ
ଭେଣ୍ଡିଆ ଦଳଙ୍କୁ ଏଠି
ଛକ ବଜାରରେ ନର୍ଦ୍ଦମା ଉପରେ
ପୂଜ ମାଗି ଦାଦା ବଟି ।।
ସାଜ ସଜା ହେବ ଗଳି ଦୁଲୁକିବ
କେହି ନ ଶୁଅନ୍ତୁ ନିଦେ
ମେଲୋଡି ଦଳଟା ହୋଇଥିବ ଚୋଖା
ଫୁଙ୍ଗୁଳାରେ ନାଚ ବାଦେ ।।
ଖସା ଲଡୁ ପଣା ଆଉ ତ ରୁଚେନା
ହେଉ ଢୋକେ ନାଲି ପାଣି
ତା ସାଙ୍ଗକୁ ସିନା ଥିବଟି ଚାଖଣା
ଆସର ଜମିବ ପୁଣି ।।
ସହଜରେ ଜ୍ଞାନ ବାଣ୍ଟି ରାତି ଦିନ
ରକ୍ତ ଚାପ ଯାଏ ବଢ଼ି
ମନ ଖୁ
ସି ହେବ ରକ୍ତ ଚାପ ଯିବ
ଵୁଡୁ ସେ ପୁରୁଣା ସିଡି ।।
ହୁଅ ପ୍ରତିଦ୍ବନ୍ଦୀ ଦଳ ବଳ ବାନ୍ଧି
ରହୁ ମୋର ଟେକ ଶିରି
ହଣା ହଣି ହୁଅ ମୋ ଠୁଁ ବର ପାଅ
ଯେତେ ମାରି ବାହାଦୂରୀ ।।
ଡି. ଜେ ବଜୁଥିବ ନାଚ ହେଉଥିବ
ଫୁଟୁଥିବ କେତେ ବାଣ
ଏଭଳି ରୋଷଣୀ ସ୍ବର୍ଗ ପୁରେ ନାହିଁ
ଦେଖି ତୋଷ ହେବ ମନ ।।
ଚେତାରେ ନ ରହି ନାଚ ଥେଇ ଥେଇ
ଦୁଲୁକେଇ ଗଳି ଦାଣ୍ଡ
ବିସର୍ଜନ ପୁଣି ପହଁରା ନ ଜାଣି
ଘରମଣୀ ହେଉ ରାଣ୍ଡ ।।
****************************
କାଳନ୍ଦୀ ଚରଣ ପାଳ