STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଦିନ ପରେ ଦିନ ବଦଳେ ଯେମିତି

ଦିନ ପରେ ଦିନ ବଦଳେ ଯେମିତି

1 min
276


ବଦଳି ଯାଉଛି ଏବେ ଦିନ ପରେ ଦିନ

କେତେ ଦୁଃଖ ଦେବ ଆଉ କୁହ ଭଗବାନ

ସବୁ ଦୁଃଖ ସହି ସହି ପଥର ସମାନ

ପାଲଟି ଗଲାଣି ଆସି ଏଇ ପ୍ରାଣ ମନ

ଦୁଃଖ ପରେ ଦୁଃଖ ତୁମ   ନିଷ୍ଠୁରତା ଗୁଣ ପଣ

ବୁଝିବାକୁ ବାକି ନାହିଁ

କେଉଁ ବିଶ୍ଵାସରେ ଆଉ ଡାକିବି ହେ ନାରାୟଣ

ବଦଳି ଯାଉଛି ଏବେ ଦିନ ପରେ ଦିନ ।।


ଅସହ୍ୟ ୟେ ଦୁଃଖ ଅବା ଯିବ କି ଜୀବନ

ବିବଶେ ଲୋତକାପ୍ଳୁତ ମୋ ଦୁଇ ନୟନ

କାହାଗେ କହିବି ମୋର ଏହି ଦୁଃଖ ମାନ

ସ୍ଵାର୍ଥପର ଦୁନିଆଁ ରେ ସରବେ ସମାନ

ଯେହ୍ନେ ପାଲଟା ବସନ  କରିଦେଲ ଭଗବାନ

କାହିଁକି କହିବି ଆଉ

ମୋ ଦୁଃସ୍ଥିତି ଏ ଜୀବନ (ଯେବେ) ଦେଖି ବୁଜିଲ ନୟନ

ବଦଳି ଯାଉଛି ଏବେ ଦିନ ପରେ ଦିନ ।।


ତୁମେ ସର୍ବ ଜ୍ଞାତା ଦାତା ତୁମେ ମହୀୟାନ

ତୁମେ ସର୍ବ ଘଟେ ନାଥ ଜଗତ ଜୀବନ

ପିତା ମାତା ଭାଇ ବନ୍ଧୁ ସ୍ନେହ ତୁମେ ପ୍ରେମ 

ତୁମ ନାମ ତେଣୁ ନିତି କରେ ମୁଁ ଭଜନ

ତେବେ ବି କାହିଁକି ହୀନ   ମଣିଲ ମୋର ଜୀବନ

ତଥାପି ଗଲି ଶରଣ ତବ ପଙ୍କଜ ଚରଣ

ବଦଳି ଯାଉଛି ଏବେ ଦିନ ପରେ ଦିନ ।।


ସତେ ଯେବେ ତୁମପ୍ରତି ଥିବ ମୋର ମନ

ସେ ଦାୟରେ ତୁମେ ମୋର ଅଟ ପ୍ରାଣ ଧନ

କେବେ ଦିବ୍ୟ ଦୃଷ୍ଟି ପାତେ ଏ ଦୀନ ଜୀବନ

କେବେ ଆଉ ମହାବାହୁ କରିବ ପାବନ

ଅପେକ୍ଷା କରିଛି ମମ    ହୃଦୟ ପ୍ରାଣ ପବନ

ଦେଖାଇ ହେ ମୁକ୍ତି ପଥ ପଦେ ଦିଅ ହେ ଶରଣ

ବଦଳି ଯାଉଛି ଏବେ ଦିନ ପରେ ଦିନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational