ଭାରତର ଗଣତନ୍ତ୍ର
ଭାରତର ଗଣତନ୍ତ୍ର
ଧନ୍ୟ ଏ ଭାରତ ବର୍ଷ ଧନ୍ୟ ଗଣତନ୍ତ୍ର
ଉଚ୍ଚାରିତ ଭିନ୍ନତାରେ ଏକତାର ମନ୍ତ୍ର |
ସମଦୃଷ୍ଟି ପରିପୁଷ୍ଟି କୋଣେ ଅନୁକୋଣେ
ତିଳେମାତ୍ର ହୀନଦୃଷ୍ଟି ନାହିଁ ଆଚରଣେ |
ସଭିଏଁ ସ୍ୱତନ୍ତ୍ର ଏଠି ସଭିଙ୍କୁ ସମ୍ମାନ
ସୁଖ ଶାନ୍ତି ସୌହାର୍ଦ୍ଦର ବାଜଇ ଘୋଷଣ |
ଧଇର୍ଯ୍ୟ ସାହସ ଶକ୍ତି ଜ୍ଞାନ ଓ ବିଜ୍ଞାନ
ରାଷ୍ଟ୍ରଭକ୍ତି ବିଶ୍ୱପ୍ରୀତି ବଳିଷ୍ଠ ସାଧନ |
ମାନବତା ପବିତ୍ରତା ଜନସେବା ବ୍ରତ
କର୍ମରେ ବିଶ୍ୱାସ ଆଶ୍ରା ସତ୍ୟ ଧର୍ମ ପଥ |
ସାହାଯ୍ୟ ସହାନୁଭୂତି ଭାବ ବିନିମୟ
ସମୁହ କଲ୍ୟାଣ ତା'ର ଆତ୍ମ ପରିଚୟ |
ନିଷ୍ପକ୍ଷ ନିର୍ଭରଯୋଗ୍ୟ ବିଚାର ବ୍ୟବସ୍ଥା
କୋଟି କୋଟି ହୃଦୟରେ ଭରେ ପୂର୍ଣ୍ଣ ଆସ୍ଥା |
ସର୍ବଶିକ୍ଷା ଅଭିଯାନ ଶିକ୍ଷା ଅଧିକାର
ଶିକ୍ଷାନୀତି ସର୍ବୋପରି ଶିକ୍ଷାର ଆଧାର |
ଏ ଦେଶର ନାଗରିକ ଏ ଦେଶ ସୈନିକ
ସମର୍ପିତ ଦେଶ ପାଇଁ ପ୍ରେମର ପଥିକ |
ତ୍ରିରଙ୍ଗା ପତାକା ଆଜି ଉଡେ ଫର ଫର
ଭାରତ ମାତାର ଆଜି ହୁଏ ଜୟକାର |
ବିଶାଳ ଏ ଗଣତନ୍ତ୍ର ସର୍ବତ୍ର ପୂଜିତ
ଏହାର ମାନ ସମ୍ମାନ ରହୁ ସୁରକ୍ଷିତ |
ଧନ୍ୟ ସେହି ଦୂରଦ୍ରଷ୍ଟା ଧନ୍ୟ ତାଙ୍କ କୀର୍ତ୍ତି
ପବିତ୍ର ଦିନରେ ତାଙ୍କ ଚରଣେ ପ୍ରଣତି
