STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଡାକ ଶୁଣ ପ୍ରଭୁ ଆମର

ଡାକ ଶୁଣ ପ୍ରଭୁ ଆମର

1 min
233


ପରିସ୍ଥିତି ବଳେ ବିଛିନ୍ନ ହୋଇଲା

ଆମର ପବିତ୍ର ଭୂମି

କାହାର ଈଙ୍ଗିତେ ଅଲଗା ହୋଇଲା  

ଭାଷା ଶୁନ୍ୟ ହେଲା ଭୂମି।୧।           

ଏହାର ଯନ୍ତ୍ରଣା ସହି ହେଉ ନାହିଁ

ପ୍ରାର୍ଥନା କରୁଛୁ ସର୍ବୈ          

ଜାଗ୍ରତ ହୁଅହେ ମାତୃଭାଷା ପ୍ରେମୀ 

ସମୟ ଆସିଛି ଏବେ।୨।           

ଶୁଭ ସମୟରେ ଶୁଭ କାର୍ଯ୍ୟ ହେବ

ଆମର ମାତୃଭାଷାର            

ସଙ୍ଗ ହୋଇ ସର୍ବେ ଲାଗି ପଡିବା ହେ

ଉନ୍ନତି ହେବ ଭାଷାର।୩।

ଓଡିଆ ଲେଖିବା ଓଡିଶା ପଢିବା  

ଆଦର ହେବ ଭାଷାର                                

ମାତୃଭାଷା ବଳେ ସମ୍ପନ୍ନ ହୋଇବା  

ବିକାଶ ହେବ ଭାଷାର ।୪।                

ଏକତ୍ରିତ ହୋଇ କାର୍ଯ୍ୟକରୁ ଥିବା

ହେବ ଭାଷାର ମଙ୍ଗଳ

ବିଛିନ୍ନାଞ୍ଚଳ ର  ଉନ୍ନତି  ନିମନ୍ତେ

କାର୍ଯ୍ୟ ହେବଟି ସକଳ ।୫।          

ସୁବିଧା ନିମନ୍ତେ  ଦାବି କରିବାହେ

ଏକତ୍ରିତ ହେବା ଯେବେ 

କର୍ମଭୂମୀ ଏହି ଜନ୍ମ ଭୂମି ଏହି  

ବିକଶିତ ହେବା ତେବେ।୬                 ,

ଭାଷାର ଉନ୍ନତି ଆମର ଉନ୍ନତି

ସମ୍ଭବ ହୋଇବ ତେବେ

ଧର୍ମପଥେ ରହି ବିଚ୍ଛିନ୍ନାଚଳରେ  

ବିକାଶ ପାଇବା ତେବେ।୭।               

ଓଡ଼ିଆ ଭାଷାର ବିକାଶ ନିମନ୍ତେ

ଓଡ଼ିଆ ଏକ ହୋଇବେ

ସମସ୍ତ ବୈଭବ ଫେରି ଆସିବହେ

ସଙ୍ଗଠିତ ହେବ ଯେବେ।୮।

ପରିସ୍ଥିତି ବଳେ ବିଛିନ୍ନ ହୋଇଲା

ଆମର ପବିତ୍ର ଭୂମି             

କାହାର ଈଙ୍ଗିତେ ଅଲଗା ହୋଇଲା

ଭାଷା ଶୁନ୍ୟ ହେଲା ଭୂମି।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational