Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tikeshwar Sahu

Inspirational

4  

Tikeshwar Sahu

Inspirational

ଦୁଃଖ

ଦୁଃଖ

1 min
246



କାମନାର ନିଆଁତଳୁ ଜନ୍ମନିଏ ଲୋଭ,

ଲୋଭମୋହ ମାଡ଼ିଆସେ ଦୁଃଖଭରା ନଭ |୧|

ବିଷାଦର କାରଣ ଯେ ଅତ୍ୟଧିକ ଆଶା,

ବେଳେବେଳେ ତୁଟିଯାଏ ଜୀବନର ହସା |୨|

ରୋଗଦୁଃଖ ଭୋକଦୁଃଖ ଆଉଦୁଃଖ ଶୋକ,

ବହୁପୀଡ଼ା ପୁତ୍ରହରା ସ୍ବାମୀହରା ଦୁଃଖ |୩|

ଦୁଃଖନଈ ବଢ଼ିଚାଲେ ଟିକିଝର ହୋଇ,

ଝରଝର ମିଶିକରି ମହାସ୍ରୋତ ନଈ |୪|

ରୋଗଦୁଃଖ କିଛିଦିନ ଦେହଦୁଃଖ ବହୁ,

ମନଦୁଃଖ ମହାମାରୀ ଦେଖୁଦେଖୁ ବହୁ |୫|

ମାୟାଜାଲେ ଛନ୍ଦିହୋଇ ବହୁଦୁଃଖ ଝରେ ,

ଦୁଃଖନୀର ଗଭୀରତା ମାପିନୁହେଁ ପାରେ |୬|

ମନସ୍ତାପ ଆବେଗରେ ଆସିଥାଏ ଦୁଃଖ,

ଲୋଭମୋହ ପରିତ୍ଯାଗେ ମିଳିଥାଏ ସୁଖ |୭|



Rate this content
Log in