STORYMIRROR

rasmi maye pati

Inspirational

4  

rasmi maye pati

Inspirational

ମୁଁ କେବଳ

ମୁଁ କେବଳ

1 min
171


ମୁଁ ରୁ ଆରମ୍ଭ ମୁଁ ରେ ହିଁ ସମାପ୍ତ

  ମୁଁ ଭିତରେ "ମୁଁ" ର ସଂସାର

ମୁଁ ସମାପ୍ତି ରେ ମୁଁ ର ଜୁଇ ଟା 

 ହୁ ହୁ ହୋଇ ଜାଳିବା ସାର।।।

ମୁଁ" ତ୍ଵ କୁ ମୋ ଠାରୁ ବିଚ୍ଛିନ୍ନ କରିବା

  ଲାଗେ ଏ ଜୀବନ ଭାରି ବେକାର

ମୁଁ" ର ପଛରେ ଗୋଡ଼ାଇ ଗୋଡ଼ାଇ 

  ଜୀବନ ହେଲା ଅର୍ଦ୍ଧ ଶତାବ୍ଦୀ ର।।।।

ସ୍ଵାଭିମାନର ମୁକୁଟ ପିନ୍ଧିଚି ମୁଁ

  ସ୍ୱାର୍ଥପର ନିଶା ମତେ ଘାରିଲା

ମୋହ ର ବାସ୍ନା ରେ କାମନା ଜୁଇ ରେ

  ହୁ ହୁ ହୋଇ ମୁଁ ଜଳିଲା।।।।

ପର ପାଇଁ କିଏ ବଞ୍ଚିଚ କି କିଏ 

 ସମସ୍ତେ ଏଠି ମୁଁ" ର ଗୋଲାମ

ମୁଁ" ର ଆତିଥ୍ୟ ସରି ଗଲା ପରେ

  କାଶିଆ କପିଳା ସର୍ବେ ସମାନ।।।

ମୁଁ" କୁ କେବଳ ଜାବୁଡ଼ି ବସିଲୁ

  ବୟସ ର ଅପରାହ୍ନ ହୋଇଲା

ତତେ କିଏ କେବେ କଲା କି ନିଜର

  ଥୁଣ୍ଟା ଗଛ ସମ ଜୀବନ ହେଲା।।।

ମୁଁ"ମତେ"ମୋର"କହି କହି ପରା 

  ଲାଭ କି ମିଳିବ କେବେ ଭାବୁଛ

ମୁଁ ଶବ୍ଦ ଖାଲି ଜଳିବ ଜୁଇ ରେ

  ଛାଡ଼ି ଯିବା ଏଠି ଶରୀର ମିଛ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational