. ମୁଁ
. ମୁଁ
****************************
ମୁଁ
*****"**********************
ଦେହର ଯେତୋଟି ଅଙ୍ଗ ପ୍ରତ୍ୟେଙ୍ଗଟି
ମୋର ମୋର ସଦା କହେ
ହେଲେ ବୁଝେ ନାହିଁ ଏ ସଂସାରେ ରହି
ମୁଁ ଶବ୍ଦଟିଏ କିଏ ?
ମୁଁ ଅଟଇ ଆତ୍ମା ଦୃଦୟେ ସମ୍ଭୂତା
ଚେତନାର ପ୍ରାଣ ବିନ୍ଦୁ
ଯା ପାଇଁ ଏ ଘଟ ହୁଏ ଆତଯାତ
ଶରୀର ଯା ବିନା ମୃତ୍ୟୁ ।।
ସୂକ୍ଷ୍ମାତିସୂକ୍ଷ୍ମ ଯେ ହୃତପିଣ୍ଡେ ବିରାଜେ
ପ୍ରାଣ ନାମେ କରେ ବାସ
କେଶାଗ୍ରର ଶତ ଭାଗୁଁ ବିଭାଜିତ
&nb
sp; ଦଶ ସହସ୍ରର ଅଂଶ ।।
ସ୍ଵୟଂ ପ୍ରଭୁଙ୍କର ଅଂଶ ବିଶେଷର
ସୂକ୍ଷ୍ମ ଅଣୁ ଟିଏ ଏହି
ଏ ସାରା ଶରୀର ହୁଏ ଆତଯାତ
ଯାର ନିର୍ଦ୍ଦେଶକୁ ବହି ।।
ଯେ ବେଳେ ବୁଝିବ ମୁଁ ଶବ୍ଦର ଭାବ
ଆତ୍ମା ସ୍ୱୟଂ ପରଂବ୍ରହ୍ମ
ମୋର ମୋର ଶବ୍ଦ ହୋଇବ ନିଶବ୍ଦ
ସବୁ ଅଟେ ତାର ଦାନ ।।
ଆତ୍ମା ଚାଲି ଯାଏ ଘଟ ପଡ଼ି ରୁହେ
ଖେଳ ହୋଇଯାଏ ଶେଷ
ମୁଁ ଯେଉଁ ଶବ୍ଦଟି ସଦା ଅବିନାଶୀ
ମୋର ମୋର ହୁଏ ନାଶ ।।
****************************
କାଳନ୍ଦୀ ଚରଣ ପାଳ