STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ଦେଖ ଧରଣୀ ହସୁଛି"

"ଦେଖ ଧରଣୀ ହସୁଛି"

1 min
125

ଦେଖ ଧରଣୀ ହସୁଛି

ବସନ୍ତ ଆଗମନ ପାଇଁ

କୋଇଲି କୁହୁ ରାବୁଛି

ପ୍ରେମମୟ ଭାବନା ନେଇ


ଆସିଛି ପ୍ରେମର ଋତୁ

ଧରାକୁ ପୁଲକିତ କରି

ଫଗୁଣ ରଙ୍ଗ ଛିଟାରେ

ତନ ମନ ଯାଉଛି ଭରି


କେଡ଼େ କି ସୁନ୍ଦର ଋତୁ

ବିଭୁଙ୍କ ବିଚିତ୍ର ସୃଷ୍ଟିରେ

ମନ ଆନ୍ଦୋଳିତ ହୁଏ

ପ୍ରେମମୟ ସେ ଭାବନାରେ


ଦୁଇଟି ହୃଦୟ ସତେ

ଗୋଟିଏ ଡ଼ରେ ବନ୍ଧା ହୁଏ

ଯୁଗ ଯୁଗ ପାଇଁ ପୁଣି

ପ୍ରେମ ବନ୍ଧନ ବନ୍ଧା ଯାଏ


ଆଖିର ଭାଷାକୁ ସତେ

ଓଠ ଧୀରେ କହି ପକାଏ

ମନର ଭାବନା ପୁଣି

ନିରୀହ ମନ ବୁଝି ନିଏ


ସୁଲୁ ସୁଲୁ ବାଆ ବହେ

ଦକ୍ଷିଣରୁ ସତେ କି ଜାଣି

ମନେ ଜାଗେ କେତେ ସ୍ୱପ୍ନ

ସହଜେ ତ ହୁଏନି ଗଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract