STORYMIRROR

pranati Mahapatra

Children

2  

pranati Mahapatra

Children

ଦେଖ ଅନଲାଇନ ପଢା ହେଉଛି

ଦେଖ ଅନଲାଇନ ପଢା ହେଉଛି

1 min
97

ନ ଥିଲା ତ ଶୁଣା ଏମିତିକା କଥା

କେଉଁ ବେଳ ଅବା କାଳେ,

ଧରିଲେ ଦେଖିଲେ ଶୁଣିଲେ ସେମାନେ

ଖରାପ ଶିଖିବେ ଭାଳେ।

ମହାମାରୀ ଆସି ସବୁ ବିଗାଡିଲା

ଦେଲା ସେ କେତେ ଯାତନା,

ଶିକ୍ଷା ସ୍ଵାସ୍ଥ୍ୟ ପୁଣି ଜୀବନ ଜୀବିକା

କେତେ ବିପର୍ଯ୍ୟସ୍ତ କଳି ହୁଏନା।

ହାହାକାର ଆଜି ବିଶ୍ଵବାସୀ ଦେଖ

ଆଖିରେ ନାହିଁ ତ ଜ୍ୟୋତି,

ସବୁ ଦେଖି ଜାଣି ସର୍ବେ ମୁକପ୍ରାୟ

ପାହିନି ଦୁଃଖର ରାତି।

ଥିଲା ବାଲା ପିଲା ପଢୁଅଛି ଦେଖ

ଘୋଷଡା ଯନ୍ତ୍ରରେ ପାଠ,

ଅଭାବୀ ଘରର ପିଲା ପାଏନାହିଁ

ସେହି ସୁବିଧା ସୁଯୋଗ।

ବଞ୍ଚିବାକୁ ସଦା ସଂଘର୍ଷ ଯେଉଁଠି

ଏମିତି ଯନ୍ତ୍ର ଆସିବ କେମିତି,

ଦରଦାମ ଏଠି ହୁ ହୁ ବଢେ

ପାଠପଢା ଚିନ୍ତା ଯାଉ ଚୁଲିକି।

ଅନଲାଇନ ପାଠ ବୁଝି ହୁଏ ନାହିଁ

କାମଚଳା ନୀତି ଚାଲିଛି,

ବେସରକାରୀ ସ୍କୁଲ ଟଙ୍କା ଲାଳସାରେ

ପ୍ରହସନ ଖାଲି କରୁଛି।

ଦେଖ ଅନଲାଇନ ପାଠ ପଢା ଚାଲିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children