ଦେଇ ଦେ ତୁ ଲଭ୍ ସିଗିନାଲ୍
ଦେଇ ଦେ ତୁ ଲଭ୍ ସିଗିନାଲ୍
ଅଳପ କଥାରେ ଅଳପ ଦେଖାରେ
ମନେ ମନେ ଭଲ ପାଉଛି
କହି ଦେଲେ କାଳେ ରୁଷି ଯିବୁ ବୋଲି
ମୋତେ ଭାରି ଡର ଲାଗୁଛି
କେମିତି କହିବି ଜାଣି ପାରୁ ନାହିଁ
ମନ କଥା ସବୁ ମୋର
ମୋ କବିତା ପଢି ବୁଝି ପାରୁ ଯଦି
ଦେ ଲଭ୍ ସିଗିନାଲ୍ ତୋର
ସକାଳରୁ ସଞ୍ଜ ଭାବୁଛି ମୁଁ ଖାଲି
ସାଥି ଗୋ ତୁମରି କଥା
କେବେ ଯେ ବୁଝିବ ମୋ ପ୍ରେମକୁ ତୁମେ
ଲିଭିବ ହୃଦୟ ବ୍ୟଥା
ସିଗିନାଲ୍ ତୁମ ପାଇଗଲେ ଥରେ
ପ୍ରେମ ରେଳ ମୋର ଗଡିବ
ଧିରେ ଧିରେ ପୁଣି ଆମ ଲଭ୍ ଷ୍ଟୋରୀ
ଆଗକୁ ଆଗକୁ ବଢିବ
ଅପେକ୍ଷାରେ ଦିନ ବିତି ମୋ ଯାଉଛି
ଆଉ କର ନାହିଁ ଡେରି
ରାଜି ଯଦି ହେବ ତୁମେ ପ୍ରିୟା ମୋର
ନେଇ ଯିବି ହାତ ଧରି

