STORYMIRROR

KRUTIBAS NAYAK

Romance Classics

3  

KRUTIBAS NAYAK

Romance Classics

ଦେହ

ଦେହ

1 min
178


ଦେହ ଦରଜକୁ ମଲମ ଦେଉଛ ମନ ଦରଜକୁ ହସ,

ଦେହ ଦହନକୁ ଓଉଷଧ ନାହିଁ ଦେହ ଖୋଜେ ପ୍ରୀତିରସ । (ଘୋଷା)


ପେଟ ଦରଜକୁ ଜୁଆଣି ଅରକ ଗଳା ଦରଜକୁ ଲୁଣ,

ପାଦ ଦରଜକୁ ଉଷୁମ ପାଣି ତ ରାମବାଣ ପରି ଟାଣ ।

ପେଟ-ଗଳା-ପାଦ ସବୁ ଭଲହେବ ମୋ ପାଖକୁ ଲାଗିବସ ।

ଦେହ ଦରଜକୁ ମଲମ ଦେଉଛ ମନ ଦରଜକୁ ହସ,

ଦେହ ଦହନକୁ ଓଉଷଧ ନାହିଁ ଦେହ ଖୋଜେ ପ୍ରୀତିରସ । ।(୧)


ପ୍ରଜାପତି ସିନା ମହୁ ପାଇଁ ଆସେ ଗାଇଜାଣେ ନାହିଁ ଗୀତ,

ମହୁମାଛି ଆସି ଗୁଣୁଗୁଣୁ ଗାଇ ଅଥୟ କରୁଛି ଚିତ୍ତ ।

ଭ୍ରମର ଦଂଶନ ଭଁ ଭଁ ସ୍ଵନ ଫୁଲ ଦୁଃଖ କରେ ନାଶ ।

ଦେହ ଦରଜକୁ ମଲମ ଦେଉଛ ମନ ଦରଜକୁ ହସ,

ଦେହ ଦହନକୁ ଓଉଷଧ ନାହିଁ ଦେହ ଖୋଜେ ପ୍ରୀତିରସ । (୨)



Rate this content
Log in

Similar oriya poem from Romance