ଦେହ
ଦେହ
ଦେହ ଅଛି ବୋଲି ମନ ଭଲ ଲାଗେ
କିଛି ଦିନ କେତେ ହସ
ସବୁବେଳେ ଦେଖେ ହୃଦୟ ଜିଣିବା
ମେଣ୍ଟାଇ ଦିଏ ତା ଶୋଷ ।
ଏହି ଦେହ ପାଇଁ ଜୀବନ କାଟିବା
ଭଲ ଖାଇ ଭଲ ଚିନ୍ତା
ସୁସ୍ଥ ରହୁ ଆମ ପରିବେଶ ସ୍ଥିତି
ବୃକ୍ଷ ବଞ୍ଚିରହୁ ଜିଅନ୍ତା ।
କିଏ ଜାଣିଅଛି ଏ ଦେହ ଶରୀର
କେତେ ଦିନ ଆମ ସାଥୀ
ଜାଣି ଶୁଣି କେବେ ପଛକୁ ନ ଯିବା
ଦେଇ ଚାଲିଥିବା ପଥି ।
ଦେହ ଧରି ଆମେ ଜନମ ହୋଇଛେ
ବ୍ୟାୟାମ କରିବା ନିତି
ଅଯଥା କଥାକୁ ମୁଣ୍ଡରେ ନ ନେଇ
ଉତ୍ତମ କାର୍ଯ୍ୟରେ ମାତି ।
ସଦା ସର୍ବଦା ଅନ୍ୟର ମଙ୍ଗଳ
ମନରେ ରଖିବା ସ୍ଥିର
କିଏ କେତେ କଣ କଥା କହି ରହୁ
ଦେହକୁ ନ ନିଅ ଗାର ।
ଶାନ୍ତି ସହକାରେ ପୂଜା ଓ ଅର୍ଚ୍ଚନା
କରି କରାଇବ ବାରେ
ଚହଲି ନ ଯାଇ ସବୁକୁ ନିଜର
ପାଖେ ରହି ଯିବ ଧିରେ ।
ମାସ ପରେ ମାସ ଦିନ ବିତି ଯିବ
ଦେହକୁ ନ କରି ହେଳା
ସବୁକୁ ବିଚାର କରି ନିଜ ବଳେ
ଦେଖୁଥିବ ନିଜ ବେଳା ।।