ଦେହ ଥିଲେ ସର୍ଵ ଥାଇ
ଦେହ ଥିଲେ ସର୍ଵ ଥାଇ


ପଞ୍ଚ ମହାଭୂତେ ଗଢିଲେ ଜୀବନ
ଜଗତ କରତା ଆମ
ଭୂମି ଭୂମା ଜଳ ଅନଳ ଅନୀଳ
ସର୍ଵ ଘଟେ ପରିପୂର୍ଣ୍ଣ ।1।
ପାଂଚମନ ଆଉ ପଚିଶ ପ୍ରକୃତି
ଷଡ଼ ରିପୁ ଦେଲେ ଭରି
ରୋଗ ଦୁଃଖ ଶୋକ କଷଣ ଯାତନା
ଜୀବ ପରାଣେ ସଂଚାରୀ ।2।
ଜୀବ ଶ୍ରେଷ୍ଠ କରି ମଣିଷ ଜାତିକୁ
ଦେଲେ ଜ୍ଞାନ ବୁଦ୍ଧିବଳ
କୁପଥେ ଜ୍ଞାନକୁ ବିନିଯୋଗ କରି
ନିଜେ ଭୋଗେ କର୍ମଫଳ ।3।
ବଗିଚାରେ ହସେ କୁସୁମ କଳିକା
ମାଳୀର ହାତ ପରଶେ
ଜୀବନ ପାଦପ ନିରୋଗ ସବଳ
ରହି ସୁସ୍ଥ ପରିବେଶେ ।4।
ନିତି ନିତି ଗଢୁ କଂକ୍ରିଟ ଜଙ୍ଗଲ
ବୃକ୍ଷକାଟି ମାଳ ମାଳ
ଅସନ୍ତୁଳିତ ପୃଥିବୀ ପରାଣ
ମାଟି ପାଣି ଦୁରୁବଳ ।5।
ବିଳାସ
ବ୍ୟସନ ଜୀଵନ ଯାପନ
ଶ୍ରେଷ୍ଠତ୍ଵ ପ୍ରତିପାଦନେ
ପ୍ରତିଦିନ ପ୍ରତି ଯୋଗୀତା କରୁଛୁ
ଅନ୍ଧ ଅହମିକା ଜ୍ଞାନେ ।6।
ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାକୁ ସଂଯୁକ୍ତି
ନିଜ ସ୍ୱାର୍ଥ ମତେ ଚାଳି
ତିଆରି ଅଚିହ୍ନା ବ୍ୟାଧିବିଭୀଷିକା
ବିଶ୍ୱକୁ ପକାଇ ବଳି ।7।
ଜୀଵନ ଜୀବିକା ଭୀତସ୍ତତ୍ର ଆଜି
ଝୁଲୁଛି ମୁଣ୍ଡରେ ଖଣ୍ଡା
ରୋଗ ବଇରାଗେ ମୃତ୍ୟୁ କଷଣରେ
ଅକାଳେ ଝଡୁଛି ଭେଣ୍ଡା ।8।
ଜୀଵନ ରଥଟି ଚଳିବ କିପରି
ଉଈଖିଆ ଚକ ଅଖ
ସମୟ ପଥରେ ଭାଙ୍ଗି ରୁଜି ଯିଵ
ନିଜକୁ ଥରେ ପରଖ ।9।
ଦେହ ଥିଲେ ସିନା ସର୍ଵ ଥାଇ ଭାଇ
ଧନ ମାନ ଯଶ ଖ୍ୟାତି
ଦେହ ବାହୁଡ଼ିଲେ କି ହେବ ସମ୍ପଦ
ବଦଳାଅ ନିଜମତି ।10।