STORYMIRROR

ବି. ନିରୁପମା

Romance

2  

ବି. ନିରୁପମା

Romance

ଦେଏ ଲବଣୀ ସର

ଦେଏ ଲବଣୀ ସର

1 min
405


ମାଆ ମୋତେ ଭୋକ କଲାଣି

ଦେଏ ଲବଣୀ ସର ,

ସେତିକି ତୁ ଦହି ମନ୍ଥିଥା'

ଯିବି ସଖାଙ୍କ ଘର


ଖେଳିବି ମୁଁ ତାଙ୍କ ସାଥିରେ 

ଏବେ ହେଲାଣି ଡେରି ,

ସୁରୁଜ ବୁଡ଼ିବା ଆଗରୁ

ନିଶ୍ଚେ ଆସିବି ଫେରି


କରିବିନି ଜମା କା' ଘରୁ

ଦୁଧ ଦହି ମୁଁ ଚୋରି ,

ଯେ ଆସି ମିଛରେ କହିବ

ଦେବୁ ଆକଟ କରି


ତୁ ଜାଣିଛୁ କେଡ଼େ ସୁଧାର

ପରା ତୋ ଧନମାଳି ,

ଅନ୍ୟ କଥା ଶୁଣି ଜମାରୁ

କେବେ ଦେବୁନି ଗାଳି


ଯିବି ମୁଁ ସଅଳ ମାଆ ଲୋ

ଦେଏ ଦୁଧ ଗଇଁଠା ,

ଜାଣିଛୁ ତ ମୋର ପସନ୍ଦ

ଭାରି ଲାଗଇ ମିଠା


ଦେଏ କିଛି ଦୁଧ,ଦହି ଲୋ

ନେବି ସାଥୀଙ୍କ ପାଇଁ ,

ଏକଠାବେ ରୁଣ୍ଡ ହୋଇକି

ଥିବେ ମୋ ବାଟ ଚାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance