STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ଦେବଯାନୀ (୩୪ତମ କଳିକା)

ଦେବଯାନୀ (୩୪ତମ କଳିକା)

1 min
96

ଦେବଯାନୀ 

(୩୪ତମ କଳିକା)


"ଶୁଣ ତାତ ବଚନ

ମୋର କି ଲାଭ ରଖି ଏ ତୁଚ୍ଛ ଜୀବନ

ହୋଇ ସନ୍ତାପିତା ଶୁକ୍ରାଚାର୍ଯ୍ୟ ସୁତା

ପିତାଙ୍କୁ କହନ୍ତି ହୃଦ କଷଣ


ରକ୍ଷ ସୁତା ଶର୍ମିଷ୍ଠା ମୋତେ

ସହଚରୀଗଣ ଅଗ୍ରତେ

"ଛାର ଦାସୀ" ବୋଲି,ଦେଲା ଲକ୍ଷେ ଗାଳି

ଅହଂକାରେ ମୋଡିଦେଇ ଲପନ


"ବୃଷପର୍ବା ଦାନବ ରାଜା

ତୁମ୍ଭେ ତାର ଇତର ପ୍ରଜା

ଗର୍ବେ ଏହା ବୋଲି ଦେଲା ମୋତେ ଠେଲି

ଅନ୍ଧ କୁପେ ଲଭିବାକୁ ମରଣ


ଜୀବନ୍ମୃତ ହୋଇ କୁପରେ

ପଡିଥିଲି କ୍ଷୁଧା ଆତୁରେ

ଥିଲି ଅପେକ୍ଷାରେ କେଉଁ ମୁହୁର୍ତ୍ତରେ

ହିଂସ୍ର ଜନ୍ତୁ ମୁଖେ ଯିବ ଜୀବନ


ମୋତେ ଦେଇ ମୃତ୍ୟୁ ହାତରେ

ନିଶ୍ଚିନ୍ତରେ ଗଲା ନବରେ

କି ହୃଦୟ ହୀନା ବୃଷପର୍ବା କନ୍ୟା

ଦେଖୁଛ ତ ତାର ଦାନବୀ ଗୁଣ


ଦୈବଯୋଗେ ହସ୍ତିନା ରାଜେ

କରିଥିଲେ କାନନେ ବିଜେ

ଲାଜରେ ମୁଁ ମଲି,କେତେ ସରି ହେଲି

ଅଙ୍ଗରେ ନଥିଲା ତିଳେ ବସନ


ପିତା ! ତୁମ୍ଭ ଆଶୀର୍ବାଦରେ

ଦାନବେ ଅଛନ୍ତି ସୁଖରେ

ମୃତ ସଞ୍ଜିବନୀ ମନ୍ତ୍ରେ ମହାମୁନି

ଦେଇଛ ତାହାଙ୍କୁ ନବଜୀବନ


କୃତଜ୍ଞତା ତିଳେ ତ ନାହିଁ

କୃତଘ୍ନତା ଆଚରି ସେହି

ପୂଜ୍ଯ ପୂଜା ଭୁଲି ଦେଉଛନ୍ତି ଗାଳି

ବୁଦ୍ଧି ବିପରିତେ ଗ୍ରାସେ ମରଣ


ମୁହିଁ ଯେବେ କନ୍ୟା ତୁମ୍ଭର

ରଖ ମୋର ମାନ ପିଅର

ଯେ ଠାରେ ସମ୍ମାନ ନାହିଁ ସେ ଜୀବନ

ଅସହ୍ୟ ଅଟଇ ମୃତ୍ୟୁ ସମାନ


ବୃଷପର୍ବା ସମୀପେ ଯାଇ

ଗୁରୁପଦ ଦିଅ ଫେରାଇ

ହୋଇ ଦାୟମୁକ୍ତ ଚାଲ ଯିବା ତାତ

ବିତାଇବା ଅନ୍ୟ ଦେଶେ ଜୀବନ


ଏ ଦାନବ ରାଜ୍ୟକୁ ତେଜି

ତୁମ୍ଭେ ଯେବେ ନଯାଅ ଆଜି

ଖାଦ୍ୟ ପେୟ ଛାଡି,ରହିବି ମୁଁ ପଡ଼ି

ଗଲେ ପଛେ ଚାଲି ଯାଉ ଜୀବନ


କ୍ରମଶଃ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract