ଦେବତାଙ୍କୁ ମିନତୀ
ଦେବତାଙ୍କୁ ମିନତୀ


ମହାଶୟ,
ମହୋଦୟ....
ପ୍ରଭୁ ପ୍ରଭାକର
ଏ ପୃଥିବୀର
"ସକଳ ଶକ୍ତିର ଆଧାର"
ଆଦିମ କାଳରୁ
ଆଲୋକ ଜ୍ୟୋତିରେ
ଭସ୍ମ ହୁଏ ----
ଜୀବାଣୁ..କୀଟାଣୁ..
ହେ ପ୍ରଭୁ ଦିବାକର
ତଵ ଜ୍ୟୋତିଷ୍କରେ
'ଏ କରୋନା' କୁ ଭଷ୍ମକର |
ମହା ପ୍ରଳୟଙ୍କର
ପ୍ରଭଞ୍ଜନ, -- "ମହାବୀର ହନୁମାନ ଜନକ "
ତୁମର ଝଡ.. ଝଞ୍ଜା
ବତାସର ସ୍ରୋତେ
ଉଡାଇ ଦିଅ ---"କରୋନା ର ପ୍ରକୋପ" |
ସମ୍ମାନୀୟ,
ସ୍ଵର୍ଗବାସୀ ଇନ୍ଦ୍ରଦେବ !
ତୁମର ପ୍ରିୟ ପୃଥିବୀବାସୀଙ୍କୁ
ଥରେ ଚକ୍ଷୁଫେଡ଼ି ଦେଖ
ପୃଥିବୀରେ ପଡିଛି ଘୋର ବିପଦ |
ଦୟାକରି ମୁଷଳ ଧାରାରେ
ବର୍ଷି ଯାଅ - ସେ ବର୍ଷାର ଜଳରେ
ଭାସିଯାଉ- "ଏ ମହାମାରୀ କରୋନା"
ମାଧବ--ମଧୁସୂଦନ
ଦ୍ରୌପଦୀର ସଖା !
ଧୃତରାଷ୍ଟ୍ର ସୁତ
ବସ୍ତ୍ରହରଣ ସମୟେ
ପ୍ରଭୁ ତୁମେ ବସ୍ତ୍ର ଦେଇ
ଦ୍ରୌପଦୀର ଲଜ୍ୟା ନିବାରଣ କଲ |
ତୁମ ସୃଷ୍ଟିର
ସଖା ହୋଇ
"କରୋନା ଭୁତାଣୁ"
ସ୍ପର୍ଶ ନିବାରଣ
ବସ୍ତ୍ର ଦେଇ- ଘୋଡାଇ ରଖିଦିଅ
"କରୋନା" କବଳରୁ ମୁକ୍ତି ଦିଅ l
****
ନନ୍ଦସୁତ
ଯଶୋଦା ନନ୍ଦନ ;
ଗିରି ଗୋବର୍ଦ୍ଧନଧାରୀ
|
କୁନ୍ତି ଙ୍କ ସନ୍ତାନ
ରାଧେଙ୍କ କଷ୍ଟ
ସହି ନ ପାରି
'ନକୁଳ', 'ସହଦେଵ'
ଉପଲବଧିରେ
ଦୂରକର ---
"ଏ କରୋନା କଷ୍ଟ"
ପ୍ରଭୁ ଚକ୍ରଧର
ଅମାନିଆ----
ଅଭିମନ୍ୟୁ --ଅର୍ଜୁନ ସୁତ l
ଗୁରୁଶ୍ରେଷ୍ଠ... ମାମାଶ୍ରୀ
ଦ୍ୱାରିକାପତିଙ୍କ "ଶିଷ୍ୟ" |
'ଚକ୍ରବ୍ୟୁହ' ରେ ଫଶିଗଲେ
ମଧ୍ୟମ ପାଣ୍ଡଵ ସୁତ |
ଚକ୍ରାୟୁଧ ହୋଇ
'କପଟ' କରି - ଦେଲାନାହିଁ "ଜୀବନ୍ୟାସ"
ପ୍ରାଣ ବାୟୁ ହଜିଗଲା
ଏ ମହି ମଣ୍ଡଳେ |
ଆଜି ଏ ବିଶ୍ୱବାସୀ --
'କରୋନା' ର ଚକ୍ରବ୍ୟୁହରେ
ଆବଦ୍ଧ ହୋଇ
କରୁଛନ୍ତି--- ଚିତ୍କାର....
ହେ ପ୍ରଭୁ ଚକ୍ରାୟୁଧ...
ରକ୍ଷାକର... ରକ୍ଷାକର...
ଅର୍ଜୁନ ସଖା
ବାସୁଦେବ
ସଖା ରୂପେ
କୁରୁକ୍ଷେତ୍ର ଯୁଦ୍ଧରେ
ସାରଥି ହେଲ |
'କପଟ' କରି-- ଧର୍ମପକ୍ଷେ ଯୁଦ୍ଧ କଲ |
(କପଟ ଥିଲା ତୁମର)କହୁଥିଲ -- "ଧର୍ମର ହେଉ ଜୟ"
କପଟ କରି ସଖାକୁ
ଧନୁର୍ଦ୍ଧାରୀର ପରିଚୟ ଦେଲ l
ଆଜି ପ୍ରଭୁ ସେହି 'କପଟ' ର
'ମନ୍ତ୍ରଜ୍ଞାନ' ଦେଇ
ତୁମ ସୃଷ୍ଟିର ଦ୍ୟିକର ଙ୍କୁ
"ଅସ୍ପୃଶ୍ୟ କରୋନା" କୁ ଦୂରକର |
ହେ ପ୍ରଭୁ ଦ୍ୱାରିକାନାଥ !
ତୁମରି ସ୍ପର୍ଶରେ
ଲୀନ ହେଲା
"କୁବଜାର କୁହ"
ଏ ବିଶ୍ୱ ପାଇଁ
କର ଟିକେ ସ୍ପର୍ଶ
"ମହାମାରୀ କରୋନା"
ଭସ୍ମ ହେଉ....ଲୀନ ହେଉ....
"ଏ ଭୟଙ୍କର"
ଏ ପ୍ରଳୟଙ୍କର ---"କରୋନା"
ଏ ବିଶ୍ୱର କଲ୍ୟାଣ ସକାଶେ l