STORYMIRROR

Mamata kumari Behura

Crime

3  

Mamata kumari Behura

Crime

ଦେବଜ୍ୟୋତି ଆହେ ପ୍ରୀତି ଦୀପାଳି

ଦେବଜ୍ୟୋତି ଆହେ ପ୍ରୀତି ଦୀପାଳି

1 min
118


କାର୍ତ୍ତିକ ମାସର ଅମାବାସ୍ୟା ତିଥି

     ଅଟେ ପୁଣି ଶୁଭ ଦୀପାବଳି

ଅମାବାସ୍ୟା ଅନ୍ଧକାର ଦୂର ହୁଏ

     ଜଳାଇ ଦେବଜ୍ୟୋତି ଦୀପାଳି।


ଦେବଜ୍ୟୋତି ଦୀପ ତାଳି ଦୂର ହୁଏ

     ଅଜ୍ଞାନ ରୂପକ ଅନ୍ଧକାର

ହିଂସା କ୍ରୋଧ ସଵୁ ଦୂର କରିଥାଏ

     ଏହି ଦୀପଶିଖା ଆଲୋକର।


ଜ୍ଞାନ ଦୀପର ଏ ଆଲୋକ ଵର୍ତ୍ତିକା

     ଦେବ ଦୀପାଵଳୀ ଯାର ନାମ

ପ୍ରଥା ପରମ୍ପରା ଵିଜୟର ବାର୍ତ୍ତା

      କରିଥାଏ ସଦା ଏ ବହନ।


ଆନନ୍ଦ ଲହରୀ ଖେଳି ଯାଇଥାଏ

       ସାରା ମହୀ ମଣ୍ଡଳରେ

ଗର୍ବ ଅହଂକାର ତ୍ୟାଗକରି ସର୍ଵେ

    ମାତିଥାନ୍ତି ହର୍ଷ ଉଲ୍ଲାସରେ।


ଆସରେ ସଭିଏଁ ପାଳିବାରେ ଆମେ

    ଆଲୋକର ପର୍ବ ଦୀପାଵଳି

ଦେଵଜ୍ୟୋତି ଦୀପ ଜଳାଇବା ଆମେ

     ଜାଳିଦେଇ ଶୁଭ ପ୍ରୀତି ଦୀପାଳି।


Rate this content
Log in

Similar oriya poem from Crime