ବସ୍ତ୍ର ହରଣ
ବସ୍ତ୍ର ହରଣ
ମଣିପୁର ର ନାରୀ ଆଜି ନିର୍ଯ୍ଯାତିତା
ଭାରତବାସୀ ଆଜି ଅନ୍ଧ ମୂକ ବଧିର
ଅଣଦେଖା କରି ଚାଲିଛନ୍ତି
ନାରୀ କୁ ଖେଳନା ଭାବି
ଆଜି ବି ମହାଭାରତ ର ଦ୍ରୌପଦୀ
ଦୁଃଶାସନ ର କବଳେ
ନରରୂପୀ ଭଗବାନ କେଉଁଠି
ବସ୍ତ୍ର ହରଣ ରୁ ରକ୍ଷା କରିବା ପାଇଁ
ତାଙ୍କ ହାତ ଖାଲି
କୁଆଡେ ଗଲା ସେ ସାଢୀ ର ଭଣ୍ଡାର
ସମ୍ପ୍ରଦାୟ ରାଜନୀତି ରେ ନାରୀ ହିଁ
ବଳି ପଡୁଛି ସତେ ଅବା ଛାଗ
କଂସେଇ ହାତରେ ମନ୍ଦାର ମାଳ ପିନ୍ଧି
ଇଜ୍ଜତ ର ଖଣ୍ଡେ ସାଢୀ
ଉତରି ଯାଉଛି ଅମାନବିକତା ର ବିବେକ ହାରି
କେତେ ଦିନ ଏମିତି ଚାଲିଥିବ
ନାରୀ ର ଅତ୍ୟାଚାର
ସହି ହୁଏନା ଏସବୁ ଦେଖି
ନାରୀ ନୁହେଁ ସେ ନାରାୟଣୀ
ହୋଇପାରେ ସେ ମା କାଳି ଦୁର୍ଗା
ମମତା ମୟୀ ମା
ଖଣ୍ଡା ବି ଧରେ
ପଣତକାନୀ ରେ ଲୁହ ବି ପୋଛେ
ବସ୍ତ୍ର ହରଣ ଭିତରେ ମଣିପୁର
ଆଜି ନିବସ୍ତ୍ର୍
ସ୍ତବ୍ଧ ଭାରତୀୟ କୁହ କିଛି
ନାରୀ ର ଆଖି ନ
ରହୁ ସାକ୍ଷୀ ।
