STORYMIRROR

Chittaranjan Nanda

Crime Others

4  

Chittaranjan Nanda

Crime Others

ଅତ୍ୟାଚାର ବିରୁଦ୍ଧେ ହେଉ ମହାରୂପ

ଅତ୍ୟାଚାର ବିରୁଦ୍ଧେ ହେଉ ମହାରୂପ

1 min
303


ଆହେ ପିଲାମାନେ ଆଜି ତୁମର 

ଚାଲିଛି ପାଠ ପଢା,

ପାଠ ତ ହୋଇବ ସମାପ୍ତ, ତୁମ 

ମେରୁଦଣ୍ଡ ହୁଏ ଗଢା ।୧।


ତୁମେତ ଏହି ଦେଶ ନନ୍ଦିଘୋଷର

ପ୍ରାଣ ସ୍ପନ୍ଦନ

ଜାତୀୟ ଆଦର୍ଶ ଗଢି ତୋଳିବାକୁ 

ଦିଅ ମନ କର୍ଣ୍ଣ ।୨।


ଏ ଦେଶର ନାରୀ, ସେ ତ ଜନନୀ 

ଜନ୍ମଦାତ୍ରୀ,

ତା ଦ୍ୱାରା ସମସ୍ତ ତ ହୁଏ ଗଢା ସୃଷ୍ଟି

ର ସେ ଅଧିଷ୍ଠାତ୍ରୀ ।୩।


ସେ ତ ଅଟଇ କାହାର ଭଗ୍ନୀ ଓ ପୁଣି

କାହାର ଦୁହିତା, 

ସେ ଆମ ସମାଜରେ ଗଣା ଯାଏ ପରା 

ଦୁଇ କୁଳ ହିତା ।୪।


ସେ ଅଟଇ ପରା କାହାର ନା କାହାର

ସହଧର୍ମିଣୀ,

ତାର ଦୟା ମମତାରେ ବାନ୍ଧିଣ ଥାଏ,

ମମତାର ମନ୍ଦାକିନୀ ।୫।


ତାର ସମାଜରେ ଦାନକୁ ଆମେ କୁହେ 

ମମତାର ବନ୍ଧନ 

ସୃଷ୍ଟିରେ ତାହାର ଦାନକୁ ଅନ୍ୟ କାହା ସହ 

ନୁହଇ ତୁଳନ ।୬।


ତୁମ ହାତରେ ଏ ଜାତିର ମେରୁଦଣ୍ଡ, ପତାକା

 ଓ ଜାତୀୟ ଏକତା

ନଦେଖାଅ ଭିରୁତା, ହେ ଅଛ ଯେତେ ଭାରତ

ମାତାର ପ୍ରାଣ ପ୍ରତିଷ୍ଠାତା ।୭।


ଭ୍ରଷ୍ଟାଚାରୀ ଯୌନ ପିପାସୁଙ୍କ କ୍ଷଣିକ ସୁଖ 

ନିଶାର ବିଭୋରେ

ଶତ ଶତ ନାରୀ କଳଙ୍କିନୀ ହୋଇ ବୁଲନ୍ତି

ରାଜ ରାସ୍ତାରେ ।୮।


ମର୍ତ୍ତ୍ୟରେ ମାନବ, ମାନୁନି ପ୍ରକୃତି ଧର୍ମ,  

ପାପ କର୍ମ କରି ଚାଲେ

ବୃକ୍ଷ ଶୂନ୍ୟ ହେଲାଣି ଧରିତ୍ରୀ ପଶୁ ପକ୍ଷୀ 

ଲୋପ ହୋଇ ଚାଲେ ।୯।


କହୁଛ ତୁମେ ମଣିଷ ବହୁ ଜ୍ଞାନୀ, କରୁଛ

କାହିଁକି ପାପ

ନିଜ ପାଇଁ ନିଜେ ବଇରୀ ସାଜୁଛ, ଭୋଗିବ 

ପ୍ରକୃତିର ଶାପ ।୧୦।


ବିଚାରବନ୍ତ ହୋଇ ବିଚାର ନକଲେ ତ

ବିନାଶ ହୋଇବ ମହୀ

ଶପଥ ନିଅ, ବେଳ ଥାଉ ଥାଉ ବିପତ୍ତିକୁ 

ନାଶ କରିବ ଆଗୁଆ ହୋଇ ।୧୧।


ଭ୍ରଷ୍ଟ ନେତାଂକ କବଳେ ଆଜି ଅତିଷ୍ଠ 

ହେଉଛି ତୁମର ଜନନୀ

ନବୁଝିବ କେହି ଯଦି ତାହାର କାରଣ 

ରହିବ ସେ ଚିର ଦୁଃଖିନୀ ।୧୨।


ନୁହେଁ ଦରକାର କରୁଣା ନିରବତା ଆଉ

ସମୟ ବର୍ତ୍ତମାନ ଉପନୀତ

ଅତ୍ୟାଚାର ବିରୁଦ୍ଧରେ ହେ ଭାରତୀୟଙ୍କ

ହେଉ ମହାରୂପ ପ୍ରଦର୍ଶିତ ।୧୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime