STORYMIRROR

Shiba Charan Mahapatra

Inspirational Others

3  

Shiba Charan Mahapatra

Inspirational Others

ଦେବୀ

ଦେବୀ

1 min
257


ସୂର୍ଯ୍ୟର କଅଁଳ କିରଣ ,ଫୁଲର କୋମଳତା..!

ପବନର ମଧୁମୟ ବାସ୍ନା ,ଜହ୍ନର ଶୀତଳତା..! 

ପଢାଘର , ଡ୍ରଇଁରୁମ୍ , କିଚେନ୍ 

ଫେସବୁକ୍ ,ଟ୍ୟୁଟର, ହ୍ୱାଟ୍ସଅପ,ୟୁଟ୍ୟୁବ, ଖବର କାଗଜ , ଟେଲିଭିଜନ

ମୋ ଭିତର ବାହାର ସବୁଠି 

ଦେଖ୍..!

କେମିତି ଭେଦି ଯାଉଛି 

ପୁରୁଷାର୍ଥ ଜାହିରରେ ଜଳୁଥିବା

ନାରୀମାଂଶର ଗହ ଗହ ପୋଡାଗନ୍ଧ!


ଅତୀତରୁ ବର୍ତ୍ତମାନ ଯାଏଁ 

ସୀତା, ସାବିତ୍ରୀ, ଦ୍ରୌପଦୀ, ଅହଲ୍ଯା, ସବୁଠି

ତୋତେ ଇ ତ ଦେବାକୁ ହୁଏ 

ତୋ ପବିତ୍ରତାର ଅଗ୍ନି ପରୀକ୍ଷା

ଦେଖେଇବାକୁ ହୁଏ

ତୋ ସତୀତ୍ବର ଚକ୍ରବ୍ୟୁହ ଭେଦ!

 

ସନ୍ଦେହ,ପୁରୁଷାର୍ଥ,ଅହଂକାର

ପାରିଲାପଣ ଗବେଷଣାଗାରେ 

ନିତିଦିନ ହୁଏ ତୋର ଗବେଷଣା..! 

ନିତିଦିନ ବସେ ଅଧିବେଶନ,

ତର୍କ,ବିତର୍କ ଆଲୋଚନା,ସମାଲୋଚନା 

ଅନ୍ତିମ ନିଷ୍ପତ୍ତିର ଚୂଡାନ୍ତ ବୁଝାମଣା! 


ଯେବେ ଭଦ୍ର ସମାଜର ଅଭଦ୍ର ମଣିଷମାନେ 

ଅପାରଗ-ନପୁଂସକ 

ତାଙ୍କ ଶିରା ପ୍ରଶିରା ଧମନୀର ପାଣି ଟକମକ ଫୁଟି ବାଷ୍ପ ହେବା ଆଗରୁ ତୁ..ଆ..!


ତୁ.. ଆ..!

ଭୁବନ ମୋହିନୀ ବେଶ ଧରି

ମୋହିନୀ ଆଖିରେ ତୋର ନିଆଁ ପୁଳେ ଭରି! 


ତୁ ଶୁଣ୍..!

ଅନ୍ଧାର ଛାତିରେ ମଉଳି ଯାଉଥିବା କରୁଣ ଆର୍ତ୍ତନାଦ

ଅନୁଚ୍ଚାରିତ ଦୁଃଖ,ଅବ୍ୟକ୍ତ ବେଦନା, ପରିକଳ୍ପିତ ଅନୁଭବ,

ଅନୁପଲବ୍ଧ ଯନ୍ତ୍ରଣା ଆଉ ଅସ୍ପଷ୍ଟ ପଦଧ୍ୱନୀ ଶବ୍ଦ! 


ଆ..!

ତୁ ଦୁର୍ବଳା ଦେବୀଟିରୁ ହୋଇଉଠେ ସବଳା ସଂହାରିଣୀ ଦୁର୍ଗା..! 

ତୋ' ଆଖିର ଲୁହ ଲାଲ୍ ହେବା ଆଗରୁ 

ତୁ ରକ୍ତ ରଞ୍ଜିତ କରିଦେ 

ଏ କଳୁଷିତ ପୁରୁଷର କାୟା ଆଉ ଛାୟା!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational