Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics

2  

Bharatabandhu Biswal

Classics

ଦେବୀ ଉର୍ମିଳା

ଦେବୀ ଉର୍ମିଳା

1 min
107



ଚତୁର୍ଦ୍ଦଶ ବର୍ଷ ବନବାସ କାଳେ

ଭ୍ରାତା ଭାଉଜଙ୍କ ଲାଗି

ଅନୁଜ ଲକ୍ଷ୍ମଣ ଅତନ୍ଦ୍ର ଅନିଦ୍ର

ରହୁଥିଲେ ସଦା ଜାଗି ।

ତାଙ୍କ ଅନୁରୋଧେ ନିଦ୍ରାଦେବୀ ତ୍ରାସେ

ପତ୍ନୀ ସୁଶୀଳା ଉର୍ମିଳା

ଶୋଇ ରହୁଥିଲେ ରାଜ ଉଆସରେ

ସ୍ୱାମୀଙ୍କର ନିଦ୍ରାବେଳା ।

ଯଜ୍ଞେ ହୋଇ ତୁଷ୍ଟ ସ୍ୱୟଂ ବ୍ରହ୍ମଦେବ

ଯାଚିଦେଲେ ଯେବେ ବର

ବୀର କୁମ୍ଭକର୍ଣ୍ଣ ଭାବିଥିଲେ ମନେ

ମାଗିନେବେ ଇନ୍ଦ୍ରାସନ ।

ଇନ୍ଦ୍ର ଦେବ ଭୟେ ପଶିଲେ ଶରଣ

ସରସ୍ୱତୀଙ୍କ ନିକଟେ

ଭ୍ରମେ କୁମ୍ଭକର୍ଣ୍ଣ ଇନ୍ଦ୍ରାସନ ଛାଡି

ନିଦ୍ରାସନ ଉଚ୍ଚାରିଲେ ।

ଯୁଦ୍ଧେ ମେଘନାଦ ନିହତ ନିମନ୍ତେ

ଉର୍ମିଳାଙ୍କ ଘୋର ତପ

ହେଲା ସହାୟକ ଲକ୍ଷ୍ମଣ ବୀରଙ୍କୁ

ଜୟୀ ହେଲେ ଗୁଡାକେଶ ।


Rate this content
Log in

Similar oriya poem from Classics