STORYMIRROR

Yudhisthira Lenka

Inspirational

3  

Yudhisthira Lenka

Inspirational

ଦେବୀ ଦଶଭୂଜା

ଦେବୀ ଦଶଭୂଜା

1 min
258

ଦୁର୍ଗତିନାଶିନୀ ମାତା ଦେବୀଦୂର୍ଗା

ଦଶଭୂଜା ବେଶହୋଇ ।

ପୂଜା ପାଇଥାନ୍ତି ଏ ଧରାବକ୍ଷରେ

ଦୁଷ୍ଟଶକ୍ତି ନାଶପାଇଁ ।।୧।।


ସିଦ୍ଧିପ୍ରଦାୟିନୀ ସୂଚାନ୍ତି ଆମ୍ଭଙ୍କୁ

ମାତୃଶକ୍ତି ସତ୍ତା ଭବେ ।

ଶକ୍ତିବିନା ଶିବ ଅପୂର୍ଣ୍ଣ ଯେ ଜାଣ

ପ୍ରକୃତି ପୁରୁଷ ଅଟେ ।।୨।।


ଯେତେଦିନ ଯାଏ ମହିଷା ନିର୍ମୂଳ

ହୋଇନି ଧରାବକ୍ଷରେ ।

ମହିଷାମର୍ଦ୍ଦିନୀ ଅବତରୁ ଥିବେ

ପ୍ରତିବର୍ଷ ଶରତରେ ।।୩।।


ଲାଲ୍ ବସ୍ତ୍ରାବୃତା ସିଂହବାହିନୀ ମା'

ପ୍ରତୀକ ଯେ ସାହସର ।

ଧ୍ୱଂସ କରିବାକୁ ଶିଖାନ୍ତି ମାନବେ

ଅଶୁଭ ଦୁଷ୍ଟଶକ୍ତିର ।।୪।।


ଚକ୍ରହସ୍ତ ତାଙ୍କ ସୂଚାଏ ଆମ୍ଭଙ୍କୁ

ଧର୍ମପଥେ ସଦା ଭ୍ରମି ।

କର୍ତ୍ତବ୍ୟ ଦାୟିତ୍ବ ସମ୍ପାଦନ କର

ନ୍ୟାୟ ସାଥେ ତୁମେ ଗମି ।।୫।।


ଶଙ୍ଖହସ୍ତ ତାଙ୍କ ସୂଚାଏ ଆମ୍ଭଙ୍କୁ

ଆନନ୍ଦ ସୁଖ ସୌଭାଗ୍ୟ ।

ବିରକ୍ତ ନହୋଇ ଖୁସିରେ ସର୍ବଦା

ପାଳନ କର କର୍ତ୍ତବ୍ୟ ।।୬।।


ଗଦାହସ୍ତ ତାଙ୍କ ସୂଚାଏ ଆମ୍ଭଙ୍କୁ

ଭକ୍ତି ସମର୍ପଣ ପ୍ରେମ ।

ପଦ୍ମହସ୍ତ ତାଙ୍କ ସୂଚାଏ ଆମ୍ଭଙ୍କୁ

ନିରାସକ୍ତେ କର କର୍ମ ।।୭।।


ତ୍ରିଶୂଳ ହସ୍ତଟି ସୂଚାଏ ଆମ୍ଭଙ୍କୁ

ସତ୍ତ୍ଵ ରଜ ତମ ନାଶ ।

ଧନୁ ତୀର ହସ୍ତ ସୂଚାଏ କରନା

ଚାରିତ୍ରିକ ମୂଲ୍ୟ ହ୍ରାସ ।।୮।।


ଏକ ହସ୍ତେ ମାତା ଖଡ୍ଗ ଧରିଥାନ୍ତି

ଯମ ପ୍ରଦତ୍ତ ଅଟଇ ।

ଅଶୁଭ ଶକ୍ତିର ନାଶକୁ ସୂଚାଏ

ଜ୍ଞାନ ଆହରଣ ପାଇଁ ।।୯।।


ବର୍ଚ୍ଛାଧରା ହସ୍ତ କାତ୍ୟାୟିନୀ ରୂପେ

କରନ୍ତି ମହିଷା ହତ ।

ଅଗ୍ନି ଦେବତାଙ୍କ ଅସ୍ତ୍ରଟି ସୂଚାଏ

ସୁପ୍ତଶକ୍ତି କର ଜାତ ।।୧୦।।


କମଣ୍ଡଳୁ ହସ୍ତ ଅଟଇ ପ୍ରତୀକ

ବ୍ରହ୍ମାଙ୍କ ଦତ୍ତ ଅମୃତ ।

ପାପ ବିନାଶିନୀ ଜଗତକୁ ଏଥେ

କରିବେ ବୋଲିକି ଶାନ୍ତ ।।୧୧।।


ଜଗତ ଜନନୀଙ୍କର ଏକହସ୍ତ

କ୍ଷମା ଆଶୀର୍ବାଦ ଦିଏ ।

ଅନ୍ୟ ଦୋଷ ଦେଖି କ୍ଷମାଦାନ କଲେ

ମହତପଣିଆ ସିଏ ।।୧୨।।


ଶକ୍ତି ସ୍ୱରୂପିଣୀ ମାତୃ ସ୍ୱରୂପିଣୀ

ତୁମ ପାଦେ ଦେବୀ ମାତେ ।

କୋଟି କୋଟି ବାର ପ୍ରଣାମ କରଇ

ଦୟା ରଖିଥିବୁ ମୋତେ ।।୧୩।।



Rate this content
Log in

Similar oriya poem from Inspirational